Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||

ପୋଷ୍ଟମର୍ଟମ ବେଳେ ମୃତଦେହରୁ ଆଖି ଗାଏବ୍‌ ଘଟଣା- ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ

18/11/2019 at 9:17 PM

ଭଦ୍ରକ ୧୮।୧୧ – ଏସସିବିରେ ପୋଷ୍ଟମର୍ଟମ ବେଳେ ମୃତଦେହରୁ ଆଖି ଗାଏବ୍‌ ଘଟଣାର ତଦନ୍ତ କରୁଛି ଭଦ୍ରକ ପୋଲିସ । ସେପଟେ ଏହି ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ସଂଧ୍ୟା ହୋଇଯାଇଥିବାରୁ ପ୍ରଥମେ ପୋଷ୍ଟମର୍ଟମ ପାଇଁ ମନା କରିଥିଲେ ମଧ୍ୟ କେଉଁ ପରିସ୍ଥିତି ପୁଣି ଶବ ବ୍ୟବଚ୍ଛେଦ କରାଗଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ମୃତ୍ୟୁ ପରେ ଯଦି କାହାର ଅଙ୍ଗ ପ୍ରତ୍ୟଙ୍ଗ ଆଉ କାହା ପାଇଁ ନୂଆ ଜୀବନ ଦେଇପାରୁଛି ତା’ ଠାରୁ ବଳି ଭଲ କଥା ଆଉ କିଛି ହୋଇନପାରେ । ହେଲେ ଅଙ୍ଗଦାନ ଆଳରେ କେହି ଯଦି ଚଞ୍ଚକତା କରି କାହାର ଅଜାଣତରେ ତାଙ୍କ ପରିବାର ସଦସ୍ୟଙ୍କ ମୃତଦେହରୁ ଆଖି କାଢ଼ିନିଏ ତାହେଲେ ତାକୁ କ’ଣ କୁହାଯିବ ? ଗଲା  ୧୧ତାରିଖରେ  ଭଦ୍ରକ ଟାଉନଥାନା ଅଂଚଳର ଭାଗୁରାଇ ଆଦିବାସୀ କଲୋନୀର ବୀର ଗାଗାରାଇ ଓରଫ ନଣ୍ଡାଙ୍କର କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପୋଷ୍ଟମର୍ଟମ ପରେ ପରିବାର ଲୋକ ଶବ ନେଇ ଘରକୁ ଫେରି ସଂସ୍କାର ପାଇଁ ବାହାରିଲା ବେଳକୁ ଦେଖିଲେ ମୃତକଙ୍କ ଆଖି ନଥିଲା । ହେଲେ ହସ୍ପିଟାଲ ତରଫରୁ ମିଳିଥିବା କାଗଜପତ୍ରରେ ନଣ୍ଡାଙ୍କ ପରିବାର ସହମତିରେ ଆଖି ଦାନ କରିଥିବା ଲେଖାହୋଇଥିଲା । ଗରିବ, ନୀରିହ ଅଶିକ୍ଷିତ ପରିବାର ଲୋକଙ୍କ ଠାରୁ ଟିପ ଚିହ୍ନ ନେଇ କେହି ସେମାନଙ୍କ ସମ୍ପର୍କୀୟଙ୍କ ମୃତଦେହରୁ ଆଖି ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଯାହାର ତଦନ୍ତ କରୁଛି ଭଦ୍ରକ ପୋଲିସ । ତେବେ ଏହି ଘଟଣାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଘଟଣାଦିନ ସଂଧ୍ୟା ହୋଇଯାଇଥିବାରୁ  ହସ୍ପିଟାଲରେ ପ୍ରଥମେ  ପୋଷ୍ଟମର୍ଟମ ପାଇଁ ମନା କରାଯାଇଥିବା ବେଳେ ପର ମୁହୁର୍ତ୍ତରେ ତରବରିଆ ଭାବେ ପରିବାର ଲୋକଙ୍କ ଠାରୁ ଟିପ ଚିହ୍ନ ନେଇ କେଉଁ ପରିସ୍ଥିତିରେ ପୋଷ୍ଟମର୍ଟମ କରାଗଲା, ତାହା ପୁଣି ରାତିରେ ତାକୁ ନେଇ ଉଠିଛି ପ୍ରଶ୍ନ ।

ପରିବାର ଲୋକଙ୍କ ଅଭିଯୋଗ ଏବଂ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ କଟକ ଏସସିବିରେ ମୃତଦେହରୁ ଅଙ୍ଗଚୋରୀ ରାକେଟ୍‌ ସକ୍ରିୟ ଥିବା ସଂଦେହ କରୁଛନ୍ତି ସଚେତନ ମହଲ ।

ଅଙ୍ଗଦାନ ପାଇଁ ରହିଥିବା ନିୟମ ନମାନି କେବଳ କାଗଜପତ୍ରରେ ଟିପଚିହ୍ନ ନେଇ କାହାର ମୃତଦେହରୁ ଆଖି ତାଡ଼ି ନେବା ଏବଂ ଏହାକୁ ପରିବାର ଲୋକଙ୍କ ସ୍ବିକୃତି ଦର୍ଶାଇବାକୁ ଚେଷ୍ଟା କରିବା ନିଶ୍ଚିତ ଭାବେ ସାଂଘାତିକ ଅପରାଧ । ପୂରା ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ ସାମ୍ନାକୁ ଆଣିବା ସହ ନୀରିହ ଆଦିବାସୀ ପରିବାରକୁ ନ୍ୟାୟ ଦେବାକୁ ଉଦ୍ୟମ କରିବ କି ତଦନ୍ତ କରୁଥିବା ପୋଲିସ ?

   Related Posts