ପରିବାର ଲୋକଙ୍କ ଅଜାଣତରେ ଅଙ୍ଗଦାନ – ଶବରୁ ଆଖି ଗାଏବ ଅଭିଯୋଗ

Published By : Prameya-News7 Bureau | November 16, 2019 IST

ଭଦ୍ରକ ୧୬।୧୧ - ଆଖି ନେଇଗଲା  ଡାକ୍ତରଖାନା କର୍ତ୍ତୃପକ୍ଷ । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି କଟକ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ । ପରିବାରର ବିନା ଅନୁମତିରେ ହସ୍ପିଟାଲ କର୍ତ୍ତୃପକ୍ଷ  ମୃତକଙ୍କ ଆଖି ତାଡ଼ି ନେଇଥିବା  ଅଭିଯୋଗ ହୋଇଛି। ସେପଟେ ମେଡିକାଲରୁ ମିଳିଥିବା କାଗଜପତ୍ରରେ ମୃତକଙ୍କ ପରିବାର ଲୋକ ଟିପ ଚିହ୍ନ ରହିଥିବାରୁ, ଅପାଠୁଆ, ଅଶିକ୍ଷିତ ଦେଖି ଏହି ଆଦିବାସୀ ପରିବାର ପ୍ରତି ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି ।

{"id":185177,"sizeSlug":"large"}

ଭଦ୍ରକ ଜିଲ୍ଲା ବାଗୁରାଇ ଆଦିବାସୀ କଲୋନୀର ବୀର ଗାଗାରାଇ । ପାରିବାରିକ କଳହ କାରଣରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପରେ ତାଙ୍କୁ କଟକ ଏସସିବିକୁ ସ୍ତାନାନ୍ତର କରାଯାଇଥିଲା । ଗଲା ୧୧ ତାରିଖରେ ଏସସିବିରେ ବୀର ଗାଗାରାଇଙ୍କ ମୃତ୍ୟୁ ହୋଇଥିଲା । ସେଠାରେ ପରିବାର ଲୋକଙ୍କୁ କିଛି କାଗଜପତ୍ରରେ ଦସ୍ତଖତ କରିବାକୁ କୁହାଯାଇଥିଲା । ହେଲେ ବୀରଙ୍କ ପତ୍ନୀ  ଓ ଭାଇ ଅଶିକ୍ଷିତ ହୋଇଥିବାରୁ ଟିପ ଚିହ୍ନ ଦେଇଥିଲେ ।

{"id":185178,"sizeSlug":"large"}

ଶବବ୍ୟବଛେଦ ପରେ ପରିବାର ଲୋକ ବୀରଙ୍କ ମୃତଦେହ ଧରି ଗାଁକୁ ଫେରିଥିଲେ । ହେଲେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମୃତକଙ୍କ ଆଖି ନଥିବା ଦେଖିବାକୁ ପାଇଥିଲେ । ଗାଁ ଲୋକଙ୍କୁ ଏସସିବିରୁ ମିଳିଥିବା କାଗଜପତ୍ର ଦେଖାଇବା ପରେ ଜଣାପଡ଼ିଥିଲା ମୃତକଙ୍କ ପରିବାର ନିଜ ଇଚ୍ଛାରେ ଆଖି ଦାନ କରିଛନ୍ତି । ହେଲେ ପରିବାର ଲୋକଙ୍କ ଅଭିଯୋଗ ସେମାନେ ଏ ବିଷୟରେ କିଛି ବି ଜାଣିନାହାନ୍ତି ।

{"id":185179,"sizeSlug":"large"}

ପୂରା ଘଟଣାକୁ ନେଇ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଫେରାଦ୍‌ ହୋଇଥିଲେ ମୃତକଙ୍କ ପରିବାର । ଆଇନ୍‌ ଅନୁସାରେ ଅଙ୍ଗଦାନ ପାଇଁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ଲିଖିତ ଅନୁମତି ଦରକାର । ସେହିଭଳି ମୃତ୍ୟୁ ପରେ ମଧ୍ୟ ପରିବାର ଲୋକଙ୍କ ଅନୁମତି ସହ ଅନ୍ୟ ଜଣେ ସାକ୍ଷୀ ମଧ୍ୟ ଆବଶ୍ୟକ । ଏଭଳି ପରିସ୍ଥିତିରେ ଯେତେବେଳେ ମୃତକଙ୍କ ପରିବାର ଆଖି ଦାନ ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି କହୁଛନ୍ତି, ତାହେଲେ କେବଳ ଟିପ ଚିହ୍ନ ନେଇ ସେମାନଙ୍କ ଅଜାଣତରେ ଡାକ୍ତରଖାନା କର୍ତ୍ତୃପକ୍ଷ କେମିତି ମୃତକଙ୍କ ଶରୀରରୁ ଆଖି କାଢ଼ି ନେଲେ ତାକୁ ନେଇ ଉଠିଛି ପ୍ରଶ୍ନ ।

{"id":185180,"sizeSlug":"large"}

-  ନିକଟରେ ଏସସିବି ମେଡିକାଲରେ ଗୋଟିଏ ଦିନରେ ୭ଶହରୁ ଅଧିକ ସତ୍ୟପାଠ ଦାଖଲକୁ ନେଇ ରେକର୍ଡ଼ ହୋଇଥିବା ବେଳେ ଭଦ୍ରକରୁ ଆସିଥିବା ଏଭଳି ସଂଗୀନ୍‌ ଅଭିଯୋଗ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଆକ୍ସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.