Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||

‘ଆଖି ମାରିବା ଓ ଫ୍ଲାଇଂ କିସ୍ ଦେବା ହେଉଛି ଯୌନ ଉତ୍ପୀଡନ’, ଅଭିଯୁକ୍ତକୁ ଏକ ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ

11/04/2021 at 12:06 PM

ମୁମ୍ବାଇ,୧୧/୦୪:ମୁମ୍ବାଇରେ ୨୦ ବର୍ଷର ଜଣେ ଯୁବକଙ୍କୁ ଜନୈକ ନାବାଳିକାଙ୍କୁ ଆଖି ମାରିବା ଓ ଫ୍ଲାଇଂ କିସ୍ ଦେବା ଘଟଣାରେ ଦଣ୍ଡବିଧାନ ହୋଇଛି । ଏହି ଦଣ୍ଡ ପୋକ୍ସୋ ଆକ୍ଟ ଅନୁସାରେ ଦିଆଯାଇଛି ।

ସୂଚନାନୁସାରେ, ଗତ ବର୍ଷ ଫେବ୍ରୁଆରୀ ୨୯ ତାରିଖରେ ଜଣେ ନାବାଳିକା ତାଙ୍କ ପିତାମାତାଙ୍କୁ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ତାଙ୍କୁ ଜଣେ ଯୁବକ ଆଖି ମାରିବା ସହ ଫ୍ଲାଇଂ କିସ୍ କରୁଥିଲେ । ଏନେଇ ନାବାଳିକାଙ୍କ ପରିବାର ଲୋକେ ଏଲଟି ମାର୍ଗ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିଥିଲା । ସେବେଟାରୁ ସେ ଜେଲରେ ଥିଲା ।

ଗିରଫଦାରି ପରେ ଅଭିଯୁକ୍ତ କୋର୍ଟରେ କହିଥିଲା ଯେ, ନାବାଳିକାଙ୍କ ମାଆ ତାକୁ ଝିଅ ସହ କଥାବାର୍ତ୍ତା ହେବାକୁ ମନା କରିଥିଲେ ।କାରଣ ଉଭୟ ଭିନ୍ନ ସମୁଦାୟର ଥିଲେ । ଏପରିକି ତାଙ୍କୁ ମିଛରେ ଫସାଯାଇଛି କାରଣ ନାବାଳିକାଙ୍କ ଜଣେ ସମ୍ପର୍କୀୟ ସହ ସେ ବାଜି ଲଗାଇଥିଲେ ।

ଶୁଣାଣି ବେଳେ ନାବାଳିକା, ତାଙ୍କ ମାଆ ଓ ତଦନ୍ତକାରୀ ଅଧିକାରୀ ସାକ୍ଷ୍ୟ ଦେଇଥିଲେ । କୋର୍ଟ ୩ ଜଣଙ୍କ ବୟାନ ଶୁଣି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାସହ ଏହାକୁ ଯୌନ ଉତ୍ପୀଡନ ବୋଲି କହିଥିଲେ । ଏହାସହ ୧ ବର୍ଷର ଜେଲ ଦଣ୍ଡ ଶୁଣାଇଥିଲେ । କୋର୍ଟ ଆହୁରି କହିଥିଲେ ଯେ, ଅଭିଯୁକ୍ତ ତରଫରୁ ଆଖି ମାରିବା ଓ ଫ୍ଲାଇଂ କିସ୍ ଦେବା କୌଣସି ଭୁଲ୍ ଦିଗ ଆଡକୁ ଇଶାରା କରୁଛି । ତେଣୁ ପୀଡିତାଙ୍କୁ ଏଥିରେ ଯୌନ ଉତ୍ପୀଡନ ହୋଇଥିବା କୋର୍ଟ କହିଥିଲେ ।

   Related Posts