ପୁଣେ ୫/୧୧: ୩୭ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ବେଳେ ସେ ବିରୋଧ କରିବାରୁ ଅଭିଯୁକ୍ତ ଧାରୁଆ ଅସ୍ତ୍ରରେ ପୀଡ଼ିତାଙ୍କ ଗୋଟିଏ ଆଖି ତାଡ଼ି ଦେଇଛି। ଏହି ହୃଦୟବିଦାରକ ଘଟଣାଟି ଘଟିଛି ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ।
ଏହି ଘଟଣା ପୁଣେ ଜିଲ୍ଲାର ଶିରୁର ତହସିଲର ନହାଓ୍ବ ଗାଁରେ ଘଟିଛି। ପୋଲିସ୍ ଅଜଣା ବ୍ୟକ୍ତି ବିରୋଧରେ ଆଇପିସିର ଧାରା ୩୦୭ ଏବଂ ୩୫୪ ଅନୁସାରେ ମାମଲା ରୁଜୁ କରିଛି।
ପୋଲିସର କହିବା ଅନୁସାରେ ପୀଡ଼ିତ ମହିଳା ବୁଧବାର ରାତିରେ ଶୌଚ ପାଇଁ ଯାଇଥିଲେ। ସେତିକିବେଳେ ଜଣେ ଅଜଣା ବ୍ୟକ୍ତି ପଛରୁ ତାଙ୍କୁ ଧରି ତାଙ୍କ ସହ ଜବରଦସ୍ତି କରିବାକୁ ଆରମ୍ଭ କରିଥିଲା।
ମହିଳା ଏହାର ବିରୋଧ କରିବାରୁ ସେ ତାଙ୍କ ଉପରକୁ ଆକ୍ରମଣ କରି ତାଙ୍କ ଗୋଟିଏ ଆଖି ତାଡ଼ି ଦେଇଥିଲା। ମହିଳା ଚିତ୍କାର କରିବାରୁ ସେଠାକାର ଲୋକେ ଚାଲି ଆସିଥିଲେ ଏବଂ ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇ ଯାଇଥିଲେ।
ମାମଲାକୁ ଗମ୍ଭୀରତାର ସହ ନେଇ ପୁଣେ ଏସପି ନିଜ ଟିମ୍ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଶିରୁର ପୋଲିସ୍ ଷ୍ଟେସନରେ ଅଜଣା ବ୍ୟକ୍ତି ବିରୋଧରେ ଆିପିସିର ଧାରା ୩୦୭ ଏବଂ ୩୫୪ ମାମଲା ରୁଜୁ କରାଯାଇଛି। ପୋଲିସ୍ ଅଜଣା ବ୍ୟକ୍ତିକୁ ଖୋଜୁଛି।