ମହିଳା କଲେ ଏୈତିହାସିକ ପ୍ରୟାସ ! ୧ଶହରୁ ଅଧିକ ମହିଳା ଖୋଲିଲେ ଚକ୍ଷୁ ଦାନ ଶିବିର
25/06/2018 at 1:57 PM

ନାରୀ ଦୁର୍ବଳା ନୂହେଁ ସେ କିଛି ମଧ୍ୟ କରିପାରେ। କୌଣସି ପୁରୂଷ ଠାରୁ କମ ନୂହନ୍ତି ମହିଳା। ଏଭଳି କିଛି ଏୈତିହାସିକ କାର୍ଯ୍ୟ କରିବାର ପ୍ରୟାସ ଆରମ୍ଭ କରିଛନ୍ତି ବଲାଙ୍ଗୀର ସହର ହାଟପଦା ପଡାର ମହିଳା ସଂଘ । ପଡାର ଶତାଧିକ ମହିଳା କରିଛନ୍ତି ଚକ୍ଷୁଦାନ ଶିବିରରେ ଚକ୍ଷୁ ଦାନ । ତେବେ ବିଭିନ୍ନ ସମୟରେ ରକ୍ତଦାନ ସହ ବିଭିନ୍ନ ସମାଜସେବା କାର୍ଯ୍ୟକରୂଥିବା ଏହି ମହିଳା ମାନେ ଚକ୍ଷୁଦାନ କରିବେଶ ଖୁସି ଅନୁଭବ କରୁଥିବା ବେଳେ ବିଭିନ୍ନ ମହଲରେ କରାଯାଇଛି ଏଭଳି ଏୈତିହାସିକ ପଦକ୍ଷେପ ପାଇଁ ସ୍ବାଗତ।
ଆଖି ଯଉଥିରେ ମଣିଷ ଦେଖିଥାଏ ସୁନ୍ଦର ଦୁନିଆକୁ। ହେଲେ ମଲା ପରେ ତାହା ଜୁଇରେ ଭଷ୍ମ ହୋଇଥାଏ। କିନ୍ତୁ ସେହି ଆଖି କୁ ନିଜ ପରେ ଆଉ କେହି ଜଣେ ଦେଖିପାରିବ ଏକ ନୂଆ ଦୁନିଆକୁ ।ଏଭଳି ଏକ ପ୍ରୟାସ କରିଛନ୍ତି ବଲାଙ୍ଗୀର ସହରର ମହିଳା ମାନେ। ଦେଖନ୍ତୁ ଏ ଦୃଶ୍ୟ କୁ। ଏ ହେଉଛି ସ୍ଥାନିୟ ଓ୍ବାର୍ଡ ନଂ ୭ ହାଟପଦାପଡାର ଦୃଶ୍ୟ। ଏଠାରେ ଏକତ୍ରୀତ ହୋଇଛନ୍ତି ଶତାଧିକ ମଳିହା। ଆଉ ଏ ଏକତ୍ରିତ ହେବାର କାରଣ ହେଉଛି ଚକ୍ଷୁ ଦାନ ଶିବିର। ପ୍ରଥମ ଥର ପାଇଁ ଏଭଳି ଏକ ଏୈତିହାସକ ପ୍ରୟାସ ବଲାଙ୍ଗୀର ଜିଲ୍ଲାରେ ଆରମ୍ଭ କରିଛନ୍ତି ଏହି ମହିଳା ମାନେ। ଆଜି ଏହି ଶିବରରେ ୧ ଶହ ରୁ ଅଧିକ ମହିଳା ନିଜ ଆଖି ଦାନ କରିଛନ୍ତି। ଯାହାକୁ ନେଇ ବେଶ ଖୁସି ଅନୁଭବ କରିଥିବା ବେଳେ ଏ କାର୍ଯ୍ୟକ୍ରମକୁ ଆଗକୁ ମଧ୍ୟ ନେବେ ଓ ଜିଲ୍ଳାର ବିଭିନ୍ନ ସ୍ଥାନରେ ଅନ୍ଧଙ୍କୁ ଏକ ନୂଆ ଦୁନିଆ ଦେଖାଇବା କାର୍ଯ୍ୟ କରିବେ ବୋଲି କହିଛନ୍ତି ମହିଳା ମାନେ।
ଜିଲ୍ଲା ପ୍ରଶାସନ ର ସହଯୋଗ ରେ ମହିଳା ଆରୋଗ୍ୟ ସମିତି ଏ କାର୍ଯ୍ୟକ୍ରମକୁ ଆୟୋଜିତ କରିଥିବା ବେଳେ ଏ ଶିବରରେ ମୂଖ୍ୟ ଅତିଥି ଭାବରେ ସିଡିଏମ ଓ ଓ ଯୁବ ନେତା ଅର୍କେଶ ସିଂ ଦେଓ ଯୋଗ ଦେଇ ଉଦଘାଟନ କରିଥିଲେ। ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବାରୁ ଏହି କାର୍ଯ୍ୟକ୍ରମରେ ୧ ଶହ ମହିଳା ନିଜ ନିଜ ଚକ୍ଷୁ ଦାନ କରିଥିବା ବେଳେ ଆଗାମି ଦିନରେ ବିଭିନ୍ନ ପଡାରେ ଏଭଳି କାର୍ଯ୍ୟକ୍ରମ ଜରିଆରେ ଚକ୍ଷୁଦାନ ଲୋକଙ୍କୁ କରାଯିବାର ରହିଛି କାର୍ଯ୍ୟକ୍ରମ । ତେବେ ଏଭଳି ଏକ କାର୍ଯ୍ୟକ୍ରମ କୁ ବୁଦ୍ଧିଯିବି ମହଲ ସହ ସହରରେ ବେଶ ପ୍ରସଂଶା କରିଛନ୍ତି ବଳାଙ୍ଗୀର ବାସି।