Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

କେନ୍ଦୁଝର ଜଙ୍ଗଲରୁ ମିଳିଛି ଦୁଇ ମୁଣ୍ଡିଆ ସାପ, ବୁଲ୍‌ଫ ପ୍ରଜାତିର ସାପ ନୁହେଁ ବିଷଧର

7/05/2020 at 3:41 PM

ଭୁବନେଶ୍ଵର ୦୭।୦୫: କେନ୍ଦୁଝର ଜିଲ୍ଲାର ବନ୍ୟପ୍ରାଣୀ ଅଭୟାରଣ୍ୟର ଢେଙ୍କିକୋଟ୍ ରେଞ୍ଜରୁ ବନ୍ୟଜୀବ ବିଶେଷଜ୍ଞ ଦୁଇ ମୁଣ୍ଡିଆ ବିରଳ ସାପ ଉଦ୍ଧାର କରିଛନ୍ତି। ବିଶେଷଜ୍ଞ ରାକେଶ ମୋହଲିକ ଏହି ଦୁଲର୍ଭ ସାପକୁ ଅଭୟାରଣ୍ୟରୁ ଠାବ କରିଥିଲେ। ଏହା ଏକ ନବଜାତ ସାପ ଏବଂ ଏହାର ଚିହ୍ନଟ ବୁଲଫ ସାପ ରୂପେ ହୋଇଛି। ଏହା ବିଷାକ୍ତ ପ୍ରଜାତିର ନୁହେଁ।

ବନ୍ୟଜନ୍ତୁ ବିଶେଷଜ୍ଞସେ ତଥା ଫଟୋଗ୍ରାଫର ରାକେଶ ମୋହଲିକଙ୍କ ଦ୍ଵାରା ଏହି ସରୀସୃପର ଭିଡିଓ ସୁଟିଂ ଓ ଫୁଟେଜ୍ ଉଠାଯାଇଥିଲା। ସେ ବନ୍ୟପ୍ରାଣୀଙ୍କ ବିଭିନ୍ନ ପ୍ରଜାତି ଉପରେ ଗବେଷଣା କରିବା ପରେ ଏହି ସାପ କେଉଁ ପ୍ରଜାତିର ଏବଂ ଏହାର ବୈଶିଷ୍ଟ୍ୟ ଚିହ୍ନଟ କରିଛନ୍ତି।

ସାପର ଲମ୍ବ ୧୪ ସେମି। ଏହାର ଦୁଇଟି ମୁଣ୍ଡ। ଅର୍ଥାତ ଏହି ସାପର ଚାରୋଟି ଆଖି ଓ ଦୁଇଟି ଜିଭ ରହିଛି। ରାକେଶଙ୍କ ଅନୁଯାୟୀ ଏହାର ଦୁଇଟି ମୁଣ୍ଡ ସ୍ଵତନ୍ତ୍ର ଭାବେ କାମ କରୁଛି। ଏହି ପରି ଜୀବ ପାଇଁ ଜଙ୍ଗଲରେ ଜୀବିତ ରହିବା ମୁସ୍କିଲ ଅଟେ। ସେ କହିଛନ୍ତି ଦୁଇଟିରୁ ଗୋଟିଏ ମୁଣ୍ଡ ଟିକେ ବଡ ଏବଂ ବିକଶିତ ରହିଛି। ଭୋଜନ ପାଇଁ ଦୁଇଟି ମୁଣ୍ଡ ପରସ୍ପର ମଧ୍ୟରେ ଲଢେଇ କରନ୍ତି।

ଅନେକ ସଂସ୍କୃତିରେ ଦୁଇ ମୁଣ୍ଡିଆ ପ୍ରାଣୀକୁ ବିପର୍ଯ୍ୟୟର ଏକ ସଙ୍କେତ ଭାବରେ ବିବେଚନା କରାଯାଏ ଏବଂ ପୁରାଣରେ ମଧ୍ୟ ଏହା ବର୍ଣ୍ଣିତ। କିନ୍ତୁ ଏହା ବିରଳ ପ୍ରଜାତିର ଜୀବ ଅଟନ୍ତି। ଜଙ୍ଗଲରେ ଏକ ଲକ୍ଷ ଜୀବିତ ଭାବେ ଜନ୍ମ ହେଉଥିବା ଜୀବ ମଧ୍ୟରୁ ଏହା ଏକ। ଚିହ୍ନଟ ପରେ ସାପକୁ ଜଙ୍ଗଲରେ ଛାଡି ଦିଆଯାଇଥିବା ରାକେଶ ମୋହଲିକ କହିଛନ୍ତି।

   Related Posts