ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚରମ ଅବହେଳା: ଚିକିତ୍ସା ଅଭାବରୁ ଦୁଇ ଦିନରେ ଆଖି ବୁଜିଲେଣି ୩ ଜଣ, ଆଇସୋଲେସନ ୱାର୍ଡରେ ପଡି ରହିଛି ୨ ଜଣଙ୍କ ମୃତ ଶରୀର

Published By : Prameya-News7 Bureau | September 20, 2020 IST

ଝାରସୁଗୁଡା ୨୦।୦୯: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଥରେ ଡାକ୍ତରୀ ଅବହେଳା କଥା ସାମନାକୁ ଆସିଛି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ଅଜଣା ଯୁବକଙ୍କୁ ଡାକ୍ତର କି ମେଡିକାଲ କର୍ମଚାରୀ କେହି ହେଲେ ଚିକିତ୍ସା କରିବାକୁ ନଆସିବାରୁ ଶେଷରେ ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଛି। ସେହି ପରି ଅନ୍ୟ ଜଣେ ବୟସ୍କ ବ୍ୟକ୍ତିଙ୍କ ମଧ୍ୟ ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଛି। ସବୁଠୁ ବଡ ବିଡମ୍ବନାର କଥା ରୋଗୀଙ୍କ ଶବ ତଳେ ପଡି ରହିଛି। ଆଜି ମୁଖ୍ୟ ଚିକିତ୍ସାଳୟରେ ଥିବା  ଆଇସୋଲେସନ ୱାର୍ଡରେ ଦୁଇ ଜଣଙ୍କ ମୃତ ଦେହ ପଡିଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।

ସେହି ପରି ଗତକାଲି ଜଣେ ମହିଳାଙ୍କୁ ମଧ୍ୟ ଡାକ୍ତର କିମ୍ବା ନର୍ସ ଦେଖିବାକୁ ନ ଆସିବାରୁ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଭଳି ଅଭାବନୀୟ ଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ଏଭଳି ସ୍ପର୍ଷକାତର ପ୍ରସଙ୍ଗରେ ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ରୋଗୀକୁ ଚିକିତ୍ସା କରାଯାଉ ନାହିଁ ବୋଲି ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଆଇସୋଲେସନ ୱାର୍ଡରେ ରୋଗୀଙ୍କୁ କୋଭିଡ଼ ଟେଷ୍ଟ ନ କରି ଦୀର୍ଘ ସମୟ ଧରି ଚିକିତ୍ସା କରାଯାଉ ନଥିବା ଅଭିଯୋଗ ହେଉଛି। ଆଜି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା  ଆଇସୋଲେସନ ୱାର୍ଡରେ ଦୁଇ ଜଣଙ୍କ ମୃତ ଦେହ ପଡିଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ବିଜେପି ରାଜ୍ୟ ସଂପାଦକ ତଙ୍କଧର ତ୍ରିପାଠୀ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଭିଡ଼ିଓ ପୋଷ୍ଟ କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ କି ଝାରସୁଗୁଡା CDMOଙ୍କୁ ଯୋଗାଯୋଗ କରିବାରୁ ଖବର ତାଙ୍କ ନିକତରେ ସୁଚନା ନଥିବା କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.