ଦୀପାବଳିରେ ଭୟଙ୍କର ଅଗ୍ନିକାଣ୍ଡ, ୪ ବଖରା ଚାଳ ଛପର ଘର ପୋଡି ପାଉଁଶ

Published By : Prameya-News7 Bureau | November 05, 2021 IST

ଆଠଗଡ଼ ୧୧/୦୫: ଆଲୋକର ପର୍ବ ଦୀପାବଳି ରାତିରେ ଅଘଟଣ । ବିଳମ୍ବିତ ରାତିରେ ଦିପରୁ ନିଆଁ ଲାଗି ଚାରି ବଖରା ଚାଳ ଛପର ଘର ପୋଡ଼ିଜଳି ପାଉଁଶ ହୋଇଯାଇଛି । ତିଗିରିଆ ଥାନା ଅନ୍ତର୍ଗତ ପୁରୁଣା ତିଗିରିଆ ପଞ୍ଚାୟତ ଅଧୀନ ଅମ୍ଭୁଣିଆ ସାହିରେ ଦୀପାବଳି ଉତ୍ସବ ପାଳନ ହେଉଥିବା ବେଳେ ହଠାତ୍ ଦୀପରୁ ନିଆଁ ଲାଗି ଯାଇଥିଲା ।

ଚାଳ ଛପର ଘର ହୋଇଥିବାରୁ ଗୋଟିଏ ପରେ ଗୋଟିଏ ଘରକୁ ନିଆଁ ବ୍ୟାପି ଯାଇଥିଲା । ଚାରୋଟି ଘରର ସଂପୂର୍ଣ୍ଣ ଆସବାପତ୍ର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ତିଗିରିଆ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.