ହାଡଭଙ୍ଗା ଶୀତରେ ଥରୁଛି ସାରା ଓଡିଶା: ଗରିବ ଲୋକଙ୍କୁ ଭରସା ପାଲଟିଛି ନିଆଁ ଜାଳ

Published By : Prameya-News7 Bureau | January 06, 2019 IST

ଥରୁଛି ସାରା ଓଡିଶା। ଏଥିରୁ ବାଦ ପଡିନି ଗଜପତି ଜିଲ୍ଲା। ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିରେ ସକାଳର ତାପମାତ୍ରା 10ଡିଗ୍ରୀ ତଳେ ରହୁଛି । ଫଳରେ ହାଡଭଙ୍ଗା ଶୀତରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗରିବ ଲୋକଙ୍କ ସାହା ଭରଷା ପାଲଟିଛି ନିଆଁ ଜାଳ। ଗୃହ ପାଳିତ ପଶୁ ବି ଶିତ ଦାଉରୁ ରକ୍ଷା ପାଇବା ପାଇଁ ନିଆକୁ ଆଶ୍ରୟ କରୁଛନ୍ତି । ତେବେ କିଛି ଲୋକେ ଶୀତର ମଜା ଉଠାଇବା ସହ ଶୀତୁଆ ସକାଳରେ ଜଗିଂ କରୁଥିବା ଦେଖିବାକୁ ମିଳିଛି।

{"id":70878,"width":588,"height":345}

ହାଡଭଙ୍ଗା ଶୀତରେ ଥରୁଛି ଗଜପତି ଜିଲ୍ଲା। ଜିଲ୍ଲାର ଆଭ୍ୟନ୍ତରୀଣ ଏବଂ ପାହାଡିଆ ଅଂଚଳ କଥା ଛାଡନ୍ତୁ। ଖୋଦ ସଦର ମହକୁମା ପାରଳାଖେମୁଣ୍ଡିରେ ସକାଳର ତାପମାତ୍ରା 10ଡିଗ୍ରୀ ତଳେ ରହୁଛି। ଫଳରେ ଲୋକେ ଶୀତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଗରିବ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ସେମାନଙ୍କ ଭରଷା ପାଲଟିଛି ନିଆଁ ଜାଳ। ଶୀତରୁ ରକ୍ଷା ପାଇବା ପାଇଁ ଏମାନେ ରାତିସାରା ନିଆଁ ଜାଳ କରିଥାନ୍ତି। ଗୃହ ପାଳିତ ପଶୁଙ୍କ ଅବସ୍ଥା ମଧ୍ୟ ସେ ଏକାପରି। ଏମାନେ ମଧ୍ୟ ଯେଉଁଠି ନିଆଁ ଜାଳ କରାଯାଉଛି ତାରି ନିକଟରେ ଛିଡା ହୋଇ ଶୀତରୁ ରକ୍ଷା ପାଇବାକୁ ଉଦ୍ୟମ କରୁଛନ୍ତି। ଗରମ ସହର ଭାବେ ପରିଚିତ ପାରଳାଖେମୁଣ୍ଡିରେ ଗତ 20 ବର୍ଷ ଭିତରେ ଏଭଳି ଶୀତ କେବେ ଅନୁଭୁତ ହୋଇନଥିଲା  ଲୋକେ କହିଛନ୍ତି ।

{"id":70879}

ଶରୀର ସୁସ୍ଥ ପାଇଁ ବର୍ଷ ତମାମ ଜଗିଂ ଏବଂ ବ୍ୟାୟାମ କରୁଥିବା ଲୋକେ ଆଉ ଭୋରରୁ ଉଠିନପାରି ଟିକିଏ ବିଳମ୍ବରେ ଆସୁଥିବା ଦେଖିବାକୁ ମିଳିଛି। କିଛି ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ଜଗିଂ ଏବଂ ବ୍ୟାୟାମ କରୁଥିବା କହିଛନ୍ତି। ତେବେ ସକାଳୁ ଉଠି କିଛି ସମୟ ନିଆଁ ଜାଳ ପାଖରେ ରହିବା ପରେ ଏହା ଆରମ୍ଭ କରୁଥିବା ସେମାନେ କହିଛନ୍ତି।

{"id":70880}

ଗତ ସପ୍ତାହେ ହେଲା ପାରଳାଖେମୁଣ୍ଡିରେ ପ୍ରବଳ ଶୀତ ଅନୁଭୁତ ହୋଉଥିବା ବେଳେ ଜିଲ୍ଲାର ଆଭ୍ୟନ୍ତରୀଣ ବିଶେଷ କରି ପାହାଡିଆ ଅଂଚଳରେ ସ୍ତିତି ଅତ୍ୟନ୍ତ ଖରାପ ହୋଇଛି। ତେଣୁ ବାତ୍ୟା ବିଭିଷିକାରେ ନିଜର ଘରଦ୍ବାର ହରାଇଥିବା ଲୋକେ କିଭଳି ଦିନ କାଟୁଥିବେ ତାହା ସହଜେ ଅନୁମେୟ। ତେଣୁ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।

{"id":70881}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.