ପ୍ରବଳ ଜାଡରେ ଥରୁଛି ଓଡିଶା: ଦାରିଙ୍ଗବାଡିରେ ପାରଦ ୨ ଡିଗ୍ରୀ, ତୁଷାରପାତର ମଜା ନେଉଛନ୍ତି ପର୍ଯ୍ୟଟକ

Published By : Prameya-News7 Bureau | December 29, 2018 IST

ଦାରିଙ୍ଗବାଡି ୨୯/୧୨ : ଆଜି ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଶୀତର ଲହରୀ ଜାରି ରହିଛି। ଗତ ଦୁଇଦିନ ହେଲା ପାଗ ମେଘୁଆ ଯୋଗୁଁ ଥଣ୍ଡା କମିଯାଇଥିଲା । ହେଲେ ଗତକାଲି ରାତିଠୁ ପ୍ରବଳ ଶୀତ ଅନୁଭୁତ ହେଉଛି। ଓଡିଶାର କାଶ୍ମିର କୁହାଯାଉଥିବା ଦାରିଙ୍ଗବାଡିର ସ୍ଥାନେ ସ୍ଥାନେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ସେହିଭଳି ଫୁଲବାଣୀ ସହରରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି।

{"id":68489}

ଆଜି ଫୁଲବାଣୀ ସହରରେ ତାପମାତ୍ରା ୨ ଡିଗ୍ରୀ ସେଲସିୟସ ରହିଥିବାବେଳେ ଦାରିଙ୍ଗବାଡିରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଜିଲ୍ଲାର ଆଭ୍ୟନ୍ତରୀଣ ଅଂଚଳରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ ରହୁଛି। ଥଣ୍ଡାକୁ ଖାତିର ନକରି ପର୍ଯୟଟକ ମାନେ ବହୁଂଖ୍ୟାରେ ଫୁଲବାଣୀ ଓ ଦାରିଙ୍ଗବାଡି ଅଂଚଳକୁ ଆସି ଥଣ୍ଡାର ବେଶ୍ ମଜା ଉଠାଉଛନ୍ତି । ଏହି ଥଣ୍ଡା ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ତା'ସାଙ୍ଗକୁ ଘନ କୁହୁଡି ଓ କାକର ସକାଳ ୯ ଟା ଯାଏଁ ରହୁଛି। ମୁହଁକୁ ମୁହଁ ଦିଶୁନି।

{"id":68486}


ସେହିପରି ସନ୍ଧ୍ୟା ହେଲେ ପୁଣି ଥଣ୍ଡା ବଢିଯାଉଛି। ଫଳରେ ଦୋକାନ ବଜାର ଖାଁ ଖାଁ ହେବା ସହ ରାସ୍ତାଘାଟ ଜନଶୁନ୍ୟ ହୋଇପଡୁଛି। କି ବୁଢା କି ପିଲା ସମସ୍ତେ ଦିନସାରା ନିଆଁ ଜାଳି ନିଆଁ ପାଖରେ ବସି ରହୁଛନ୍ତି । କାମଧନ୍ଦା କରିବାକୁ ମଧ୍ୟ ଯାଇପାରୁ ନାହାନ୍ତି ଲୋକେ। ବିଶେଷ କରି ବୟସ୍କ ମାନେ ବହୁ କଷ୍ଟ ପାଉଛଉ ।

{"id":68487}


ଶୀତ ଯତେ ବଢୁଛି ଏବେ ପର୍ଯୟଟକଙ୍କ ସଂଖ୍ୟା ମଧ୍ୟ ଜିଲ୍ଲାକୁ ବଢିବାରେ ଲାଗିଛି। ଥଣ୍ଡାର ମଜା ନେବା ସହ ମନୋରମ ପ୍ରାକୃତିକ ପରିବେଶ ଉପଭୋଗ କରିବା ପାଇଁ ଦେଶୀ ଓ ବିଦେଶୀ ପର୍ଯୟଟକ ମାନଙ୍କ ସୁଅ ଛୁଟିଛି ଜିଲ୍ଲାକୁ। ଏହି ଶୀତ କାହାପାଇଁ ଖୁସି ଆଣିଦେଇଥିବା ବେଳେ କାହା ପାଇଁ ଆଣି ଦେଇଛି ଦୁଖ।

{"id":68488}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.