Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

୨୮ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ: ଦାରିଙ୍ଗବାଡିରେ ପାରଦ ୨ଡିଗ୍ରୀ, କେନ୍ଦୁଝରରେ ତୁଷାରପାତ

30/12/2018 at 9:45 AM

ଦାରିଙ୍ଗବାଡି ୨୯/୧୨ : ଆଜି ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଶୀତର ଲହରୀ ଜାରି ରହିଛି। ଗତ ଦୁଇଦିନ ହେଲା ପାଗ ମେଘୁଆ ଯୋଗୁଁ ଥଣ୍ଡା କମିଯାଇଥିଲା । ହେଲେ ଗତକାଲି ରାତିଠୁ ପ୍ରବଳ ଶୀତ ଅନୁଭୁତ ହେଉଛି। ଓଡିଶାର କାଶ୍ମିର କୁହାଯାଉଥିବା ଦାରିଙ୍ଗବାଡିର ସ୍ଥାନେ ସ୍ଥାନେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ସେହିଭଳି ଫୁଲବାଣୀ ସହରରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି।

ଆଜି ଫୁଲବାଣୀ ସହରରେ ତାପମାତ୍ରା ୨ ଡିଗ୍ରୀ ସେଲସିୟସ ରହିଥିବାବେଳେ ଦାରିଙ୍ଗବାଡିରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଜିଲ୍ଲାର ଆଭ୍ୟନ୍ତରୀଣ ଅଂଚଳରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ ରହୁଛି। ଥଣ୍ଡାକୁ ଖାତିର ନକରି ପର୍ଯୟଟକ ମାନେ ବହୁଂଖ୍ୟାରେ ଫୁଲବାଣୀ ଓ ଦାରିଙ୍ଗବାଡି ଅଂଚଳକୁ ଆସି ଥଣ୍ଡାର ବେଶ୍ ମଜା ଉଠାଉଛନ୍ତି । ଏହି ଥଣ୍ଡା ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ତା’ସାଙ୍ଗକୁ ଘନ କୁହୁଡି ଓ କାକର ସକାଳ ୯ ଟା ଯାଏଁ ରହୁଛି। ମୁହଁକୁ ମୁହଁ ଦିଶୁନି।

ସେହିପରି ସନ୍ଧ୍ୟା ହେଲେ ପୁଣି ଥଣ୍ଡା ବଢିଯାଉଛି। ଫଳରେ ଦୋକାନ ବଜାର ଖାଁ ଖାଁ ହେବା ସହ ରାସ୍ତାଘାଟ ଜନଶୁନ୍ୟ ହୋଇପଡୁଛି। କି ବୁଢା କି ପିଲା ସମସ୍ତେ ଦିନସାରା ନିଆଁ ଜାଳି ନିଆଁ ପାଖରେ ବସି ରହୁଛନ୍ତି । କାମଧନ୍ଦା କରିବାକୁ ମଧ୍ୟ ଯାଇପାରୁ ନାହାନ୍ତି ଲୋକେ। ବିଶେଷ କରି ବୟସ୍କ ମାନେ ବହୁ କଷ୍ଟ ପାଉଛଉ ।

ଶୀତ ଯତେ ବଢୁଛି ଏବେ ପର୍ଯୟଟକଙ୍କ ସଂଖ୍ୟା ମଧ୍ୟ ଜିଲ୍ଲାକୁ ବଢିବାରେ ଲାଗିଛି। ଥଣ୍ଡାର ମଜା ନେବା ସହ ମନୋରମ ପ୍ରାକୃତିକ ପରିବେଶ ଉପଭୋଗ କରିବା ପାଇଁ ଦେଶୀ ଓ ବିଦେଶୀ ପର୍ଯୟଟକ ମାନଙ୍କ ସୁଅ ଛୁଟିଛି ଜିଲ୍ଲାକୁ। ଏହି ଶୀତ କାହାପାଇଁ ଖୁସି ଆଣିଦେଇଥିବା ବେଳେ କାହା ପାଇଁ ଆଣି ଦେଇଛି ଦୁଖ।

   Related Posts