ମାଡ଼ି ଆସୁଛି ଜାଡ଼: ଓଡିଶା ସମେତ ପଞ୍ଜାବ, ହରିୟାନା, ହିମାଚଳ ପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀ ପାଇଁ ହାଇ ଆଲର୍ଟ ଜାରୀ

Published By : Prameya-News7 Bureau | December 28, 2018 IST

ଭୁବନେଶ୍ବର୨୮|୧୨: ମାଡ଼ି ଆସୁଛି ଜାଡ଼ । କାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଥରାଇବ । ପଞ୍ଜାବ, ହରିୟାନା, ହିମାଚଳ ପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ ସମେତ ଓଡ଼ିଶା ରେ ବି ଶୀତ ଅନୁଭୁତ ହେବ ।ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ଅଧିକ ସାଂଘାତିକ ହେବାର ପୂର୍ବାନୁମାନ କରାଯାଉଛି । ଶୀତ ପାଇଁ ଏହି ସବୁ ରାଜ୍ୟରେ ହାଇ ଆଲର୍ଟ କରାଯାଇଛି । ….

{"id":68119}

ଜାଡ଼ରେ ଥରିବ ଓଡ଼ିଶା । କାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଶୀତର ପ୍ରକୋପ ଲାଗି ରହିବ। ଓଡ଼ିଶାକୁ ଅସ୍ତବ୍ୟସ୍ତ କରିପାକାଇବ ଥଣ୍ଡା। ଏଭଳି କିଛି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଡିସେମ୍ବର ୨୯ ରୁ ୩୧ ପର୍ଯ୍ୟନ୍ତ ହାଡଭଙ୍ଗା ଶୀତ ହେବ। ଉତ୍ତର ଭାରତର ଶୀତ ଲହରୀର ପ୍ରଭାବ ଓଡ଼ିଶା ଉପରେ ପଡିବ। ବିଶେଷକରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ଅଧିକ ସାଂଘାତିକ ହେବ। ମୟୁରଭଞ୍ଜ, ବାଲେଶ୍ବର, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଭଦ୍ରକ ଜିଲ୍ଲାରେ ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେବ।

{"id":68120,"width":584,"height":372}

ଏହି ସମୟରେ ଡିସେମ୍ବର ମାସରେ ସର୍ବକାଳୀନ ରେକର୍ଡ ବି ହୋଇପାରେ। ଅଧିକାଂଶ ସ୍ଥାନରେ ପାରଦ ୫ ଡିଗ୍ରୀ ତଳକୁ ଖସିଆସିବାର ପୂର୍ବାନୁମାନ କରାଯାଉଛି। ପାଣିପାଗ ବିଭାଗର କହିବା କଥା ଉତ୍ତର ପଶ୍ଚିମ ଭାରତରେ ତାପମାତ୍ରା କମୁଛି। ଯାହାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ପଡୁଛି। ଓଡ଼ିଶା ଉପର ଦେଇ ଏକ ଟ୍ରାପ୍ ଲାଇନ୍ ସୃଷ୍ଟି ହୋଇଥିବାରୁ ରାଜ୍ୟର ଅଧିଂକାଶ ଅଞ୍ଚଳ ମେଘାଛନ୍ନ ବି ରହିଛି। ୨-୩ଟି  ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

{"id":68118}

ସେପଟେ ଉତ୍ତର ଭାରତରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବା ନେଇ ହାଇ ଆଲର୍ଟ ଜାରି ହୋଇଚି। ଆଜିଠାରୁ ପଞ୍ଜାବ, ହରିୟାନା, ଚଣ୍ଡିଗଡ଼, ଦିଲ୍ଲୀ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଓ ଉତ୍ତର ରାଜସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୁତ ହେବ। ସେହିଭଳି ଉତ୍ତର ଛତିଶଗଡ, ମହାରାଷ୍ଟ, ଗୁଜୁରାଟ ଭଳି ରାଜ୍ୟରେ ଶୀତ ଲହରି ହେବ।

{"id":68121}

ପଞ୍ଜାବ, ରାଜସ୍ଥାନ, ଆସାମ, ମେଘାଳୟ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ଅତ୍ୟଧିକ କୁହୁଡି ପଡିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିଭଳି ୧ ତାରିଖ ପରେ ପାର୍ବତ୍ୟ ଅଞ୍ଚଳରେ ସ୍ନୋ ଫଲ୍‌ ହେବାର ସମ୍ଭାବନା ରହିଛି ପ୍ରବଳ ଶୀତ ଲହରି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ବିଶେଷକରି ବୃଦ୍ଧ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ହାଡଭଙ୍ଗା ଶୀତ ଆଣିଦେଇଛି ଅନେକ ସମସ୍ୟା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.