ସ୍ବାମୀଙ୍କ ହାତରେ ସ୍ତ୍ରୀଙ୍କ “ପରକୀୟା ପ୍ରୀତି”ର ପ୍ରମାଣ , ନିସ୍ତାର ପାଇଁ ପୋଲିସକୁ ଗୁହାରୀ !

Published By : Prameya-News7 Bureau | December 30, 2019 IST

କେନ୍ଦ୍ରାପଡା ୩୦।୧୨: ସ୍ବାମୀ – ସ୍ତ୍ରୀ ସମ୍ପର୍କରେ ସନ୍ଦେହ ପଶିଲେ ସାଂଘାତିକ । ଉଭୟ ପରସ୍ପର ପ୍ରତି ବିଶ୍ବସ୍ତ ହେବା ସୁନ୍ଦର-ସଫଳ ଦାମ୍ପତ୍ୟ ଜୀବନର ସବୁଠାରୁ ବଡ ସୂତ୍ର । କିନ୍ତୁ ଯଦି ଜଣେ ଅନ୍ୟର ବିଶ୍ବାସ ଭାଙ୍ଗେ ତେବେ ଘର ଭାଙ୍ଗିବା ନିଶ୍ଚିତ ।  କେନ୍ଦ୍ରାପଡାର ଚାନ୍ଦୋଳ ଅଞ୍ଚଳରେ ଏପରି ଏକ ଘଟଣା ନେଇ ଚାଲିଛି ବେଶ୍ ଚର୍ଚ୍ଚା ଓ ଆଲୋଚନା । ସ୍ତ୍ରୀର ପରକୀୟା ପ୍ରୀତି ଯୋଗୁଁ ସ୍ବାମୀଙ୍କ ଚିନ୍ତା ଏତେ ଯେ ସେ କିପରି ସହଜରେ ସ୍ତ୍ରୀଙ୍କ ଠାରୁ ଅଲଗା ହେବେ ସେଥିପାଇଁ ବ୍ୟସ୍ତ ।ପ୍ରମାଣ ରଖିଛନ୍ତି , ଧରି ବୁଲୁଛନ୍ତି । କେବଳ ସେତିକି ନୁହେଁ ସେ ସେହି ପ୍ରମାଣ ଆଧାରରେ ସ୍ତ୍ରୀଙ୍କ ଠାରୁ ସମ୍ପର୍କ ଭାଙ୍ଗିବା ଲାଗି ପୋଲିସର ସହାୟତା ନେବାକୁ ଦୌଡୁଥିବା ଜଣାଯାଇଛି ।

ସ୍ବାମୀଙ୍କ ଘର ଆଠଗଡ ଅଞ୍ଚଳରେ । ଚାନ୍ଦୋଳରେ ସେ ବିବାହ କରିଥିଲେ । ସ୍ବାମୀଜଣଙ୍କ ଉଚ୍ଚଶିକ୍ଷିତ ଏବଂ ନାଇଜେରିଆରେ ରହି କାର୍ଯ୍ୟ କରନ୍ତି । କିଛିବର୍, ତଳେ ଉଭୟଙ୍କ ବିବାହ ହୋଇଥିଲା । ସ୍ତ୍ରୀ ଏଠାରେ ରହୁଥିବା ବେଳେ ନାଇଜେରିଆରେ ରହୁଥିବା ସ୍ବାମୀ ସମୟାନ୍ତରରେ ଘରକୁ ଆସି କିଛିଦିନ ରୁହନ୍ତ ଓ ବିଦେଶ ଚାଲିଯାଆନ୍ତି । ଦୁହିଁଙ୍କର ମଧ୍ୟ ଏକ ପୁତ୍ର ସନ୍ତାନ ରହିଛି । ତେବେ ସ୍ବାମୀ ବିଦେଶରେ ରହୁଥିବା ବେଳେ ସ୍ତ୍ରୀ କୁଆଡେ ଏଠାରେ ସମ୍ପର୍କ ଏବଂ ପାରିବାରିକ ନୀତିନିୟମ ଭୁଲି ପରକୀୟା ପ୍ରୀତିରେ ଲିପ୍ତ ଥିଲେ  ସ୍ବାମୀଜଣଙ୍କ ଏହି ସୂଚନା ପାଇବା ପରେ , ସତମିଛ ଜାଣିବାକୁ ପ୍ରମାଣ ଅପେକ୍ଷାରେ ଥିଲେ । ଏପରିକି ସ୍ତ୍ରୀଙ୍କ ସମ୍ପର୍କରେ ଟିକିନିଖି ଖବର ସହ ପ୍ରମାଣ ଯୋଗାଡରେ ଲାଗିଥିଲେ । ସେ କୁଆଡେ ଜାଲ ବିଛାଇଥିଲେ । ପତ୍ନୀ ଓ ତାଙ୍କ ପ୍ରେମିକଙ୍କ ସମ୍ପର୍କର ଅଡିଓ , ଭିଡିଓ ସହ ଆପତ୍ତିଜନକ ଫଟୋ ଆଦି କୁଆଡେ ସେ ପାଇଯାଇଥିଲେ । ଏବେ ସେହିସବୁ ପ୍ରମାଣ ଧରି , ସ୍ତ୍ରୀଙ୍କ ଠାରୁ ଅଲଗା ହେବାକୁ ସେ ଯୋଜନା କରିଛନ୍ତି । ଆଇନଗତ ଭାବେ ଡିଭୋର୍ସ  ଲାଗି ସେ ବିଭିନ୍ନ ଫୋରମରେ ବିଚାରବିମର୍ଶ କରୁଥିବ ଜଣାଯାଇଛି । ଏପରିକି  ଏନେଇ ସେ ପୋଲିସ ସହ ଆଲୋଚନା କରିଛନ୍ତି । କିନ୍ତୁ ବିଧିବଦ୍ଧ ଭାବେ ପୋଲିସରେ ଏପରି କୌଣସି ଅଭିଯୋଗ ହୋଇନାହିଁ  । ପରିବାର ତଥା ନିଜର ସମ୍ମାନକୁ ଦୃଷ୍ଟିରେ ରଖି ସ୍ବାମୀଜଣଙ୍କ ଏବେ ବେଶ୍ ସନ୍ତର୍ପଣରେ ଏନେଇ ବିଚାରବିମର୍ଶ ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.