ଭାଉଜ ଦିଅର ପରକୀୟା ପ୍ରେମ:ସ୍ୱାମୀ ଧରିଦେବାରୁ ଆତ୍ମହତ୍ୟା କଲେ ଉଭୟ !

Published By : Prameya-News7 Bureau | August 25, 2018 IST

ସାଲେପୁର ୨୫|୮: କଟକ ସାଲେପୁର କେନ୍ଦୁପାଟଣା ଖଣ୍ଡଗାଁ ପରକୀୟା ପ୍ରେମରୁ ଘଟିଛି ଅଭାବନୀୟ ଘଟଣା । ଲୋକ ଲଜ୍ଜା ଭୟରେ ବେକରେ ରଶି ଲଗାଇ ସମ୍ପର୍କୀୟ ଦିଅର-ଭାଉଜ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ଗତକାଲି ବିଳମ୍ବିତ ରାତିରେ ସ୍ବାମୀ ସ୍ତ୍ରୀ ଅଲଗା ଅଲଗା ଶୋଇଥିଲେ । ଆଉ ଏହାର ସୁଯୋଗ ନେଇ ସ୍ତ୍ରୀ ଶୋଇଥିବା ରୁମକୁ ଯାଇଥିଲା ସମ୍ପର୍କୀୟ ଦିଅର ।ସ୍ବାମୀ ଏହା ଜାଣିପାରି ବାହାରୁ ପଟୁ ଦୁଆର ଦେଇଥିଲେ । ପରେ ଦିଅର ଭାଉଜଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି ।…. ଆଜି ସକାଳୁ ଗୋଟିଏ ଘରୁ ମିଳିଲା ଦିଅର ଭାଉଜଙ୍କ ଝୁଲନ୍ତା ମୃତଦେହ । ଲୋକଲଜ୍ଜା ଭୟରେ ଝୁଲିଗଲେ ଦିଅର ଭାଉଜ ! ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ସାଲେପୁର କେନ୍ଦୁପାଟଣା ଖଣ୍ଡଗାଁରେ । ମୃତକ ହେଲେ ଭଞ୍ଜ କିଶୋର ପାତ୍ର ଏବଂ ତୁଳସୀ ବେହେରା । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନରୁ ଥିବା ଅବୈଧ ପ୍ରେମ ସମ୍ପର୍କ କାରଣରୁ ଦୁହେଁ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି ।ମୃତ ମହିଳାଙ୍କ ସ୍ବାମୀ କ୍ଷାରୋଦଙ୍କ କହିବା ଅନୁସାରେ ଗତକାଲି ରାତିରେ ତାଙ୍କୁ ଗରମ ଲାଗିବାରୁ ସେ ବାହାରେ ଶୋଇଥିଲେ । ମଧ୍ୟରାତିରେ ସେ ଶୌଚ ପାଇଁ ବାହାରକୁ ଯିବାକୁ ଟର୍ଚ୍ଚ ପାଇଁ ସ୍ତ୍ରୀଙ୍କୁ ଡାକିଥିଲେ । ହେଲେ ତୁଳସୀ ବହୁ ସମୟ ପରେ କବାଟ ଖୋଲିବାରୁ ତାଙ୍କର ସଂଦେହ ହୋଇଥିଲା । ଘର ଭିତରକୁ ଯିବାପରେ ସେଠି ପଡିଶା ଘରର ଦୂର ସଂପର୍କୀୟ ଭାଇ ଭଞ୍ଜ କିଶୋର ପାତ୍ର ଖଟତଳେ ଲୁଚିବାକୁ ଚେଷ୍ଟା କରୁଥିବା ଦେଖିବାକୁ ପାଇଥିଲେ ।ଉଭୟଙ୍କୁ କବାଟ ଦେଇ ଗାଁ ଲୋକଙ୍କୁ ଡାକିଥିଲେ କ୍ଷୀରୋଦ । ଗାଁ ଲୋକ ପହଞ୍ଚିଲା ବେଳକୁ ଉଭୟଙ୍କ ମୃତଦେହ ସେହିଘରେ ଗୋଟିଏ ଶାଢୀରେ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା । କ୍ଷୀରୋଦଙ୍କ କହିବା ଅନୁସାରେ ଉଭୟ ଲୋକ ଲଜ୍ୟା ଭୟରେ ଆତ୍ମହତ୍ୟା କରିଛନ୍ତି । ଅନ୍ୟ ପଟେ ମୃତ ଭଞ୍ଜ ପାତ୍ରଙ୍କୁ ଘରକୁ ଡ଼ାକି କ୍ଷୀରୋଦ ଏବଂ ତାଙ୍କ ପରିବାର ଲୋକେ ହତ୍ୟା ପରେ ଫ୍ୟାନ୍ରେ ଟାଙ୍ଗି ଦେଇଥିବା ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଭଞ୍ଜଙ୍କ ବାପା । ସାଲେପୁର ପୋଲିସ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରୁଛି । ଉଭୟ ଦିଅର ଭାଉଜ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ଗାଁ ଲୋକେ ଦାବି କରିଛନ୍ତି । ତଦନ୍ତ ପରେ ଘଟଣାର ପ୍ରକୃତ ସତ ବାହାରକୁ ଆସିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.