ସ୍ଵାମୀ-ଭାଉଜ ପରକୀୟାପ୍ରୀତି ନେଲା ଜୀବନ

Published By : Prameya-News7 Bureau | July 23, 2019 IST

ଯାଜପୁର ୨୩|୭: ପରକୀୟାପ୍ରୀତିରେ ବଳିପଡିଗଲେ ନିରୀହ ରୀତା । ଏଭଳି ଏକ ଲୋମହର୍ଷଣକାରୀ ଘଟଣା  ଘଟିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଗୁଣ୍ଡୁରିପଡା ଗାଁରେ ।  ଭାଉଜ-ଦିଅର ପ୍ରେମରେ ବଳି ପଡିଗଲା  ଦିଅରର ପତ୍ନୀ ରୀତା । ଭାଉଜ ଓ ଦିଅର ପ୍ରେମରେ କଣ୍ଟା ସାଜିଥିବା ନିରୀହ ରୀତାକୁ ସବୁଦିନ ପାଇଁ ଯିବାକୁ ପଡିଲା ଆରପରିକୁ । ଏଭଳି ଅଭିଯୋଗ ଆଣିଛନ୍ତି  ମୃତ ରୀତଙ୍କ ପରିବାର ଲୋକ । ସେପଟେ ଘଟଣାର ସମ୍ପୂର୍ଣ ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ମିଳିବ ବୋଲି କହିଛନ୍ତି ଯାଜପୁର ଉପଖଣ୍ଡ ଥାନା ଅଧିକାରୀ ।

{"id":136519}

ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଗୁଣ୍ଡୁରିପଡା ଗାଁରେ ଗତକାଲି ଜଣେ ନବବଧୁର  ତଣ୍ଟିକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଣିଥିଲେ ମୃତ ନବବଧୂ ରୀତାଙ୍କ ପରିବାର ଲୋକେ । ଗତ ୨୦୧୬ ମସିହା ଜୁଲାଇ ୧୪ ତାରିଖରେ ବିଞ୍ଝାର ପୁର ଥାନା ଅନ୍ତର୍ଗତ ଗୁଣ୍ଡୁରିପଡା ଗ୍ରାମର ଦିଗାମ୍ବର ଦଲାଇଙ୍କୁ  ବୈଦିକରୀତିରେ  ବିଭାହ କରିଥିଲେ  ରୀତା । ବେଶ ହସ ଖୁସିରେ ଚାଲିଥିଲା ତାଙ୍କ ସଂସାର । ଏହି  ହସ ଖୁସିର ସଂସାରରେ ନଜର ପଡିଥିଲା ଭାଉଜ ଶାନ୍ତିଲତା ଦଳାଇଙ୍କର  । ଆଉ ଆରମ୍ଭ ହୋଇଯାଇଥିଲା ରାତାଙ୍କ ସଂସାରରେ ବିଭ୍ରାଟ । ଯାହାର କରୁଣ ଚିତ୍ର ଦେଖିବାକୁ ମିଳିଛି ଆଜି ସକାଳେ ।

{"id":136520}

ଏପଟରେ ଭାଉଜ ଶାନ୍ତିଲତା ସହ ଦିଅର ଦିଗାମ୍ବରର  ବାରମ୍ବାର ଅନୈତିକ ସମ୍ପର୍କ  କୁ ନେଇ ପତ୍ନୀ ରୀତା  ବିରୋଧ କରିବାରୁ ରୀତାଙ୍କ ଉପରେ ହୁଏ ଅକଥନୀୟ ଅତ୍ୟାଚାର ।  ତେବେ ବାରମ୍ବାର ଏଭଳି ଅତ୍ୟାଚାରର  ରୀତା  ସମ୍ମୁଖୀନ ହେବା ପରେ  ଏ ସମ୍ପର୍କରେ ଜଣାଇଥିଲେ  ବାପ ଘରକୁ  । ଏହି  ଘଟଣା ଜାଣିବା ପରେ ରୀତାଙ୍କର ବାପା ଦମଦାର ଦଳାଇ ରୀତାଙ୍କର ଶାଶୁ ଘରକୁ ଆସି  ଦୁଇ ଦୁଇ ଥର ନ୍ୟାୟ ନିଶାପ ବସାଇ ସମାଧାନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ  ହୋଇ ପାରିନଥିଲା ଏହାର କିଛି ସମାଧାନ । ଆଶାଥିଲା ଦିଗାମ୍ବର ସୁରଟରୁ ଫେରିବାପରେ  ହୁଏତ ହୋଇପାରିଥାନ୍ତା ଏହାର କିଛି ସମାଧାନ । କିନ୍ତୁ ତା ପୂର୍ବରୁ ଶେଷ ହୋଇଗଲା ରିତାର  ଜୀବନ କାହାଣୀ । ଏହି ଘଟଣାର ରୀତାର ପରିବାର ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ ଯାଜପୁର ଏସଡ଼ିପିଓ ରବୀନ୍ଦ୍ର ଜେନା ଘଟଣାସ୍ଥଳରେ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ କରିବା ସହ ଅଧିକ ତଦନ୍ତ ପାଇଁ ଡଗ ସ୍କାର୍ଡ ଓ ସାଇଣ୍ଟିଫିକ ଟିମର ସହାୟତା ନେଇଛନ୍ତି ।

{"id":136521}

ପରକୀୟା ପ୍ରୀତିରେ ପ୍ରାଣ ହରାଇଥିବା ନିରୀହ ରିତାକୁ କେବେ ମିଳୁଛି ନ୍ୟାୟ , ଆଉ କେବେ ମିଳୁଛି ପ୍ରକୃତ ହତ୍ୟାକାରୀଙ୍କୁ ଉଚିତ ଦଣ୍ଡ ତାହା ଦେଖିବାକୁ ବାକି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.