କଙ୍ଗାରୁ କୋର୍ଟ: ବିବାହିତ ମହିଳା ଓ ତାଙ୍କ ପ୍ରେମିକଙ୍କୁ ବାନ୍ଧି ବାଡ଼େଇଲେ ପ୍ରେମିକାଙ୍କ ସ୍ବାମୀ, ଦେଖନ୍ତୁ ଏହି ଦୃଶ୍ୟ

Published By : Prameya-News7 Bureau | December 02, 2019 IST

ରାଉରକେଲା୨/୧୨: ରାଉରକେଲାରେ କଙ୍ଗାରୁ କୋର୍ଟ । ପ୍ରେମିକ ଓ ପ୍ରେମିକାକୁ ବାନ୍ଧି ବାଡ଼େଇଲେ ପ୍ରେମିକାଙ୍କ ସ୍ବାମୀ ସହ ଗାଁ ଲୋକେ ଆଉ ଏବେ ପ୍ରେମିକ ଓ ପ୍ରେମିକା ଏସପିଙ୍କ  ଦ୍ବାରସ୍ତ ହୋଇଛନ୍ତି। ରାଉରକେଲାରେ କଙ୍ଗାରେ କୋର୍ଟ । ବ୍ରାହ୍ମଣୀତରଙ୍ଗ ଥାନା ମାଣ୍ଡିଆକୁଦ ଗାଁରେ କଙ୍ଗାରୁ କୋର୍ଟ । ଗାଁ ଦାଣ୍ଡରେ ପ୍ରେମୀ ଯୁଗଳଙ୍କ ଉପରେ ଅକଥନୀୟ ଅତ୍ୟାଚାର । ଭୁଲ ଏଇୟା ଯେ, ସେମାନେ ପରସ୍ପରକୁ ଭଲ ପାଉଥିଲେ । ଜୀବନ ସାଥୀ ହେବାକୁ ପଣ କରିଥିଲେ। ପ୍ରେମିକାର ବିବାହ ପରେ ବି ଭାଙ୍ଗି ନ ଥିଲା ସ୍ବପ୍ନ ।

{"id":193007,"sizeSlug":"large"}

କିନ୍ତୁ ଏଥିପାଇଁ ଏମିତି କିଛି ପରିଣାମ ଭୋଗିବାକୁ ପଡିଥିଲା । ହାତ ବନ୍ଧି ଖଟିଆରେ ପ୍ରେମିକଙ୍କୁ ବସାଇ ଦେଇ ଦିଆଯାଇଥିଲା। ପ୍ରେମିକାଙ୍କ ସ୍ବାମୀ ସହ ଗାଁ ଲୋକେ ମାଡ଼ ମାରିବା ସହ ଏହାର ଭିଡିଓ କରିଥିଲେ। ଦୁଇ ମାସ ତଳର ଏହି ଦୃଶ୍ୟ । ଏତିକି ବେଳେ ଭାଇରାଲ ହୋଇଛି, ଯେତେବେଳେ ସର୍ତ୍ତ ମୁତାବକ ପ୍ରେମିକାର ସ୍ବାମୀଙ୍କୁ ଲକ୍ଷେ ଟଙ୍କା ମିଳିନି।

{"id":193008,"sizeSlug":"large"}

ଗତ ମେ ମାସରେ ମାଣ୍ଡିଆକୁଦ ଗାଁର ଜମ୍ବୁ ଓରାମ ଲାଠିକଟା ଥାନା ମୁଣ୍ଡାଯୋର ଗାଁରେ ବିବାହ କରିଥିଲେ । ବିଶ୍ରା ଥାନା ଚିରୁବେଢା ଗାଁର ପୂରଣ ସିଂଙ୍କ ସହ ତାଙ୍କ ସ୍ତ୍ରୀଙ୍କ ପ୍ରେମ ସଂପର୍କ ଥିବା ବିବାହର କିଛି ଦିନ ପରେ ଜାଣିବାକୁ ପାଇଥିଲେ ଜମ୍ବୁ। ଏହାକୁ ନେଇ ପତ୍ନୀଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲେ । ରାଉରକେଲା ଷ୍ଟେସନରୁ ପ୍ରେମୀ ଯୁଗଳ ପଳାଇ ଯିବାକୁ ଉଦ୍ୟମ ବେଳେ ଜମ୍ମୁ ଏବଂ ତାଙ୍କ ଘର ଲୋକେ ସେମାନଙ୍କୁ ଅଟକାଇଥିଲେ । ଦୁଇ ଜଣଙ୍କୁ ନେଇ ଯାଇଥିଲେ ଗାଁକୁ । ଗାଁ ଦାଣ୍ଡରେ ବସିଥିଲା କଙ୍ଗାରୁ କୋର୍ଟ ।

wp:html /wp:html

ଆଉ ଯାହା ଘଟିଲା ତାହା ସଭ୍ୟ ସମାଜ ପାଇଁ ନିନ୍ଦନୀୟ । ସ୍ତ୍ରୀକୁ ପ୍ରେମାକ ସହ ବିଦା କରିବାକୁ ଦେଢ ଲକ୍ଷ ଟଙ୍କା ଦାବି କରିଥିଲେ ଜମ୍ବୁ। କିନ୍ତୁ ପୂରଣଙ୍କ ବାପା ୫୦ ହଜାର ଟଙ୍କା ଦେବା ସହ ପରେ ଲକ୍ଷେ ଟଙ୍କା ଦେବାକୁ କହି ଉଭୟଙ୍କୁ ମୁକୁଳାଇଥିଲେ।

{"id":193009,"sizeSlug":"large"}

ଟଙ୍କା ନମିଳିବାରୁ ଜମ୍ବୁ ଧମକ ଚମକ ଦେବାରୁ ଜୀବନ ପ୍ରତି ବିପଦ ଦର୍ଶାଇ ପ୍ରେମିକ ଓ ପ୍ରେମିକା ପରିବାର ରାଉରକେଲା ଏସ୍ପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହାରି ଭିତରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜମ୍ବୁ ଓରାମ ଫେରାର ହୋଇଯାଇଛନ୍ତି । ଘଟଣା ସଂପର୍କରେ କିନ୍ତୁ ପୋଲିସର ପ୍ରତିକ୍ରିୟା ମିଳିପାରିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.