Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

କଟକର ନିର୍ମାଣାଧୀନ ନେତାଜୀ ବସ୍ ଟର୍ମିନାଲ ପାଇଁ ଅଧିକ ଅର୍ଥ ମଞ୍ଜୁର କଲେ ରାଜ୍ୟ ସରକାର

29/10/2021 at 9:29 PM

କଟକ ୨୯/୧୦: କଟକର ନିର୍ମାଣାଧୀନ ନେତାଜୀ ବସ୍ ଟର୍ମିନାଲ ପାଇଁ ଅଧିକ ଅର୍ଥ ମଞୁର କଲେ ରାଜ୍ୟ ସରକାର । ସେପଟେ ବସ୍ ଟର୍ମିନାଲ କାମର ଅଗ୍ରଗତି ସମୀକ୍ଷା କରିଛନ୍ତି ସିଏମସି କମିଶନର । ଏବେ ଯେଉଁ ଗତିରେ କାମ ଚାଲିଛି, ସେହିପରି କାମ ଚାଲିଲେ ଆସନ୍ତା ଫେବୃଆରୀ ମାସ ସୁଦ୍ଧା ବସ୍ ଟର୍ମିନାଲ କାମ ଶେଷ ହୋଇଯିବ ବୋଲି କହିଛନ୍ତି ସିଏମସି କମିଶନର ।

କଟକ ଖାନନଗରରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟ ମେ ମାସରୁ ଆରମ୍ଭ ହୋଇଛି। ତାମିଲନାଡୁର ୟୁଆରସି ପ୍ରାଇଭେଟ ଲିମିଟେଡ଼ ନାମକ ସଂସ୍ଥା ଏହି ବସ୍ ଟର୍ମିନାଲର କାମ କରୁଛି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର ଏହି ବସ୍ ଟର୍ମିନାଲ ପାଇଁ ୬୫ କୋଟି ଟଙ୍କା ମଞ୍ଜୁର କରିଥିଲେ । ଏବେ ସରକାର ଏହି ବସ୍ ଟର୍ମିନାଲ ପାଇଁ ଆହୁରି ପ୍ରାୟ ୩୫ କୋଟି ଟଙ୍କା ଅଧିକ ମଞୁର କରିଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସୁବାଷ ସିଂହ ।

ସେପଟେ ସିଏମସି କମିଶନର ଅନନ୍ୟା ଦାସ ବସ୍ ଟର୍ମିନାଲ କାମର ଅଗ୍ରଗତି ସମୀକ୍ଷା କରିଛନ୍ତି । ବସ୍ ଟର୍ମିନାଲ କାମ ସଠିକ ଚାଲିଛି ଓ ଏହିପରି କାମ ଚାଲିଲେ ଆସନ୍ତା ଫେବୃଆରୀ ମାସ ଭିତରେ କାର୍ଯ୍ୟ ଶେଷ ହୋଇଯିବ ବୋଲି ସିଏମସି କମିଶନର କହିଛନ୍ତି।

   Related Posts