Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ଲୋଗୋ ଥିବା କ୍ୟାରୀ ବ୍ୟାଗ୍ ପାଇଁ ଯଦି କମ୍ପାନୀ ଅତିରିକ୍ତ ଚାର୍ଜ ନିଏ ତାହେଲେ କରିପାରିବେ ଅଭିଯୋଗ, ତୁରନ୍ତ ହେବ କାର୍ଯ୍ୟାନୁଷ୍ଠାନ

25/02/2021 at 12:38 PM

ନୂଆଦିଲ୍ଲୀ ୨୫/୦୨ : କିଛି ଦିନ ପୂର୍ବରୁ ହାଇଦ୍ରାବାଦର ଏକ ନାମୀ କମ୍ପାନୀ କ୍ୟାରୀ ବ୍ୟାଗ୍ ବଦଳରେ ଚାର୍ଜ ନେଇଥିବାରୁ ଜରିମାନା ଅସୁଲ କରାଯାଇଥିଲା। ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଆୟୋଗ (District Consumer Disputes Redressal Commission) କ୍ୟାରୀ ବ୍ୟାଗ୍ ପାଇଁ ଚାର୍ଜ ନେଇଥିବାରୁ ଅଭିଯୋଗକାରୀକୁ ୧୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଥିଲେ। କୋର୍ଟ କମ୍ପାନୀ ଉପରେ କେବଳ ଜରିମାନା ଲଗାଇନଥିଲେ ବରଂ ଏହି ତୁରନ୍ତ ପ୍ରଭାବ ସହିତ ଏହି ପ୍ରାକ୍ଟିସକୁ ବନ୍ଦ କରିବାକୁ ମଧ୍ୟ କହିଥିଲେ। ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଆୟୋଗ କହିଥିଲେ ଯେ ଅନଫେୟାର୍ ଟ୍ରେଡ୍ ପ୍ରାକ୍ଟିସ୍ ପାଇଁ ଗ୍ରାହକଙ୍କୁ ଆପଣ ଜଣେ ବିଜ୍ଞାପନ ଏଜେଣ୍ଟ ଭାବେ ବ୍ୟବହାର କରିପାରିବେ ନାହିଁ। ଆୟୋଗ କହିଥିଲେ ଯେ, ପ୍ରତିବାଦୀ ନିଜ କମ୍ପାନୀର ଲୋଗୋ ଥିବା ପ୍ଲାଷ୍ଟିକ ବ୍ୟାଗ ବିକ୍ରି କରୁଛନ୍ତି। କମ୍ପାନୀ ବିଜ୍ଞାପନ ଉପକରଣ ଭାବେ ଗ୍ରାହକଙ୍କୁ ଉପଯୋଗ କରୁଛି। ଏହାକୁ ସ୍ୱୀକାର କରାଯିବ ନାହିଁ।

ସୂଚନାଯୋଗ୍ୟ ଯେ, ଏନସିଡ଼ିଆରସି ଫଇସଲାରେ ବିଗ ବଜାରର କ୍ୟାରୀ ବ୍ୟାଗ ଲୋଗୋ ପାଇଁ ଅତିରିକ୍ତ ଚାର୍ଜ ଅସୁଲ କରିବା ଉପରେ ପ୍ରତିବନ୍ଧ ଲଗାଇଥିଲେ। ହାଇଦ୍ରାବାଦରେ ମଧ୍ୟ କମ୍ପାନୀ ଲୋଗୋ ଥିବା କ୍ୟାରୀ ବ୍ୟାଗ ଉପରେ ଅତିରିକ୍ତ ଚାର୍ଜ ଅସୁଲ କରାଯାଇଥିଲା। ମାମଲା ଉପଭୋକ୍ତା ଫୋରମରେ ପହଞ୍ଚିଥିଲା। ନୂଆ ଉପଭୋକ୍ତା ଆଇନ ଅନୁସାରେ କ୍ୟାରୀ ବ୍ୟାଗର ଦାମର ଖୁଲାସା କରିବା ମଧ୍ୟ ନିରପେକ୍ଷ ଟ୍ରେଡ଼ ପ୍ରାକ୍ଟିସ ସହ ସମାନ। ଏନସିଡ଼ିଆରସି କହିଥିଲେ ଯେ ବିନା ପେମେଣ୍ଟରେ କାଉଣ୍ଟରରେ କ୍ୟାରୀ ବ୍ୟାଗ ପାଇଁ ଅତିରିକ୍ତ ଚାର୍ଜ ଅସୁଲ କରିବା ନିରପେକ୍ଷ ବ୍ୟବସାୟ ପାଇଁ ଠିକ ନୁହେଁ।

ନୂଆ କନଜ୍ୟୁମର୍ ପ୍ରୋଟେକ୍ସନ୍ ଆକ୍ଟ ୨୦୧୯ ଅନୁସାରେ ରିଟେଲର୍ ନିଜ କମ୍ପାନୀର ଲୋଗୋ ବ୍ୟବହାର ନ କରି ପ୍ଲାଷ୍ଟିକ କ୍ୟାରୀ ବ୍ୟାଗ୍ ପାଇଁ ଶୁଳ୍କ ଆଦାୟ କରିପାରିବେ। ଅର୍ଥାତ ରିଟେଲର ଟଙ୍କା ନେଇ ସାଧା କ୍ୟାରୀ ବ୍ୟାଗ ବିକ୍ରି କରିପାରିବେ। କିନ୍ତୁ ଯଦି ବ୍ୟାଗରେ କମ୍ପାନୀର ନାଁ କିମ୍ବା ଲୋଗୋ ସହ ବିକ୍ରି କରାଯାଉଛି ତାହେଲେ ଏହା ମାଗଣାରେ ଦିଆଯିବ ଉଚିତ।

କିନ୍ତୁ କମ୍ପାନୀ ଯଦି ଜିନିଷ କିଣିବା ପୂର୍ବରୁ ଆପଣଙ୍କୁ କୁହେ ଯେ ବ୍ୟାଗ୍ ପାଇଁ ଅତିରିକ୍ତ ଚାର୍ଜ ଦେବାକୁ ହେବ ତାହେଲେ ଆପଣଙ୍କ ଶୁଣାଣି କନଜ୍ୟୁମର୍ କୋର୍ଟରେ ହେବନାହିଁ। ଯଦି ଆପଣ କମ୍ପାନୀ ଲୋଗୋ ଥିବା ବ୍ୟାଗ କିଣିବାକୁ ସହମତି ହୁଅନ୍ତି ତାହେଲେ କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ।

ମୋଦି ସରକାର ଉପଭୋକ୍ତାଙ୍କୁ ଅନେକ ଅଧିକାର ଦେଇଛନ୍ତି। ସାରା ଦେଶରେ ଉପଭୋକ୍ତା ସଂରକ୍ଷଣ ଅଧିନିୟମ ୨୦୧୯ ଲାଗୁ ହୋଇଛି। ଏହି ଆଇନରେ ଦୋକାନୀ ଓ ବ୍ୟବସାୟୀଙ୍କ ଉପରେ ଲଗାମ ଲଗାଯାଇଛି। ନୂଆ ଆଇନ ଅନୁଯାୟୀ ଯଦି ଦୋକାନୀ କ୍ୟାରୀ ବ୍ୟାଗ୍ ପାଇଁ ଅତିରିକ୍ତ ଚାର୍ଜ ନେଇଛନ୍ତି ତାହେଲେ ଏବଂ ଯଦି ଉପଭୋକ୍ତା ଏନେଇ ଅଭିଯୋଗ କରନ୍ତି ତାହେଲେ କାର୍ଯ୍ୟାନୁଷ୍ଠାନ ହେବ। କ୍ୟାରୀ ବ୍ୟାଗ୍ ପାଇଁ ଅତିରିକ୍ତ ଟଙ୍କା ନେବା ନୂଆ ଆଇନରେ ଦଣ୍ଡନୀୟ।

   Related Posts