ବିମାନ ଯାତ୍ରା ବେଳେ ଦେବାକୁ ପଡିବ ଅତିରିକ୍ତ ଚାର୍ଜ ! ଜାଣନ୍ତୁ ଦେବେ କେତେ ଅଧିକ

Published By : Prameya-News7 Bureau | January 04, 2021 IST

ନୂଆଦିଲ୍ଲୀ ୪।୧: ଫେବୃଆରୀ ୧ ତାରିଖରୁ ଦିଲ୍ଲୀରୁ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନରେ ଯାତ୍ରା କରିବା ମହଙ୍ଗା ହେବ । ଫେବୃଆରୀ ୧ ତାରିଖରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆପଣ ଦିଲ୍ଲୀ ବିମାନବନ୍ଦରରୁ କୌଣସି ସ୍ଥାନକୁ ବିମାନରେ ଯାତ୍ରା କଲେ ଅଧିକ ୬୫.୯୮ ଟଙ୍କା ଦେବାକୁ ପଡିବ । ଏହା ବ୍ୟତୀତ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିବ । ଅପ୍ରେଲ ୧ ତାରିଖରୁ ଏହି ଚାର୍ଜ କମ୍ କରାଯିବ । ଆର୍ଥିକ ବର୍ଷ ୨୦୨୧-୨୨ ପର୍ଯ୍ୟନ୍ତ ୫୩ ଟଙ୍କା, ୨୦୨୨-୨୩ ପର୍ଯ୍ୟନ୍ତ ୫୨.୫୬ ଟଙ୍କା ଏବଂ ୨୦୨୩-୨୪ ପର୍ଯ୍ୟନ୍ତ ୫୧.୯୭ ଟଙ୍କା ଦେବାକୁ ପଡିବ ।

ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ ଦିଲ୍ଲୀ ବିମାନବନ୍ଦରରୁ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡାଣ ପାଇଁ ୨୦୦ରୁ ୩୦୦ ଟଙ୍କା ଅଧିକ ଚାର୍ଜ ଲଗାଇବା ପାଇଁ ଦାବି କରିଥିଲା । ସୂତ୍ର ଏନୁସାରେ ଏହି ଦାବିକୁ ଏପର୍ଯ୍ୟ ମଞ୍ଜୁରୀ ଦିଆଯାଇନାହିଁ । ୨୦୨୪ ପର୍ଯ୍ୟନ୍ତ ଏହି ଚାର୍ଜ ଆଦାୟ କରିବାକୁ ଦିଲ୍ଲୀ ଏୟାରପୋର୍ଟ ଚାହୁଁଛି । ମାତ୍ର ଏବେ ଏୟାରପୋର୍ଟ ଅଥୋରିଟି ୨୦୨୨ ପରେ ଏହା ଉପରେ କୌଣସି ନିଷ୍ପତ୍ତି ନେବାକୁ ଚାହୁଁନାହିଁ ।

ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ ଅନୁସାରେ କରୋନା ମହାମାରୀ କାରଣରୁ ଅପ୍ରେଲ ୨୦୨୦ରୁ ୨୦୨୪ମାର୍ଚ୍ଚ ପର୍ଯ୍ୟନ୍ତ ରୋଜଗାରରେ ପ୍ରାୟ ୩୫୩୮ କୋଟି ଟଙ୍କା କମ୍ ହେବ ବୋଲି ଆଶଙ୍କା କରାଯାଉଛି । ଏଥିପାଇଁ ଅପ୍ରେଲ ୨୦୨୪ ପର୍ଯ୍ୟନ୍ତ କାମ ଠିକ୍ ଭାବେ ଚାଲିବା ପାଇଁ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି । ଏହା ପୂର୍ବରୁ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ମଧ୍ୟ ଅପିଲ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.