ରାହୁଲ ଗାନ୍ଧୀ ଭାରତର ବିଦେଶ ନୀତି ଉପରେ ଉଠାଇଲେ ପ୍ରଶ୍ନ, ଏମିତି ଜବାବ ଦେଲେ ଏସ ଜୟଶଙ୍କର
17/07/2020 at 10:00 PM

ନୂଆଦିଲ୍ଲୀ ୧୭।୦୭: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ଵିଟ୍ କରି ପୁଣି ଥରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଜବାବ ଦେଇଛନ୍ତି। ରାହୁଲ ଗାନ୍ଧୀ ନିକଟରେ ଟ୍ଵିଟ୍ କରି ଭାରତର ବିଦେଶ ନୀତି ଉପରେ ପ୍ରଶ୍ନ ଉଠାଇଥିଲେ। ରାହୁଲ ଗାନ୍ଧୀ କହିଥିଲେ ଯେ ଚୀନ ଏଥର ଆମ ମାଟିରେ ପ୍ରବେଶ କରିବା ପାଇଁ ଏହି ସମୟ ଏଥିପାଇଁ ଚୟନ କଲା, କାରଣ ପଡୋଶୀ ଦେଶ ସହିତ ଭାରତର ବିଦେଶ ନୀତି ଓ ଆର୍ଥିକ ସମ୍ବନ୍ଧ ଠିକ୍ ନାହିଁ। ରାହୁଲ ଗାନ୍ଧୀଙ୍କ ଏହି ଟ୍ଵିଟ୍ ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୋଟିଏ ପରେ ଗୋଟିଏ ୯ଟି ଟ୍ଵିଟ୍ କରି ରାହୁଲଙ୍କୁ ଉତ୍ତର ଦେଇଛନ୍ତି।
ବୈଦେଶିକ ମନ୍ତ୍ରୀ ଟ୍ଵିଟ୍ କରି କହିଛନ୍ତି, ଆମର ବିଦେଶ ନୀତି ମଜବୁତ ରହିଛି। ଆମେରିକା, ରୁଷ, ୟୁରୋପ ଓ ଜାପାନ ସହିତ ଭାରତର ନିୟମିତ ଓ ଅନୌପଚାରିକ ବୈଠକ ଚାଲିଛି। ଭାରତ ଚୀନ ସହିତ ରାଜନୈତିକ ସର୍ତ୍ତ ଆଧାରରେ ହିଁ ଆଲୋଚନା କରିଥାଏ।
.@RahulGandhi hs questions on Foreign Policy. Here are some answers:
— Dr. S. Jaishankar (@DrSJaishankar) July 17, 2020
•Our major partn’ships are strongr & internat’l standng higher.Witness regular summits&informal meetngs wth #US #Russia #Europe & #Japan.India engages #China on more equal terms politically.
Ask the analysts. https://t.co/GPf17JWSac
ଏହା ବ୍ୟତୀତ ବିଦେଶ ମନ୍ତ୍ରୀ କହିଛନ୍ତି, ପାକିସ୍ତାନ ନିଶ୍ଚିତ ଭାବେ ବାଲାକୋଟ୍ ଓ ଉରି ମଧ୍ୟରେ ଫରକ କଣ ରହିଛି ଜାଣି ସାରିଥିବ। ଭୂଟାନକୁ ଭାରତ ରୂପେ ଏକ ମଜବୁତ ସୁରକ୍ଷା ସହିତ ବିକଶିତ ଭାଗିଦାରୀ ମିଳିଛି। ୨୦୧୩ ବୀପରିତ ଏବେ ରୋଷେଇ ଗ୍ୟାସ୍ ବିଷୟରେ ଚିନ୍ତା କରିବାକୁ ପଡୁନାହିଁ। ନେପାଳରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ୧୭ ବର୍ଷ ପରେ ହୋଇଛି।
ଆମେ ସିପିଇସି, ବିଆରଆଇ, ଦକ୍ଷିଣ ଚୀନ ସାଗର, ୟୁଏନ ସ୍ଵୀକୃତିପ୍ରାପ୍ତ ଆତଙ୍କବାଦୀ ଆଦି ବିଷୟରେ ଆମେ ଏବେ ଖୋଲାଖୋଲି ଆଲୋଚନା କରୁଛୁ। ବୈଦେଶିକ ମନ୍ତ୍ରୀ କହିଛନ୍ତି, ଆମେ ସୀମାରେ ଭିତ୍ତିଭୂମିର ପୁରୁଣା ସମସ୍ୟା ଦୂର କରିଛୁ। ୨୦୦୮-୧୪ର ତୂଳନା ୨୦୧୪-୨୦୨୦ ସହିତ କରାଯାଏ ତେବେ ୩୨ ସଡକ ନିର୍ମାଣ, ୯୯ ପ୍ରତିଶତ ସେତୁ, ବଜେଟ୍ରେ ୨୮୦ ପ୍ରତିଶତ ବୃଦ୍ଧି କରାଯାଇଛି ଏବଂ ୬ ଗୁଣ ଅଧିକ ସୁଡଙ୍ଗ ନିର୍ମାଣ କରାଯାଇଛି।