ୟୁଏନ ସୁରକ୍ଷା ପରିଷଦର ଅଧ୍ୟକ୍ଷତା କରୁଥିଲା ଚୀନ, ବୈଠକକୁ ବହିଷ୍କାର କଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

Published By : Prameya-News7 Bureau | May 08, 2021 IST

ନ୍ୟୁୟର୍କ ୦୮।୦୫: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମିଳିତ ଜାତିସଂଘର ସୁରକ୍ଷା ପରିଷଦର ସେହି ବୈଠକକୁ ବହିଷ୍କାର କରିଛନ୍ତି, ଯାହାକୁ ଚୀନ ଅଧ୍ୟକ୍ଷତା କରୁଥିଲା। ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵିଙ୍କ ଅଧ୍ୟକ୍ଷତାରେ ବହୁପକ୍ଷୀୟ ମନ୍ତ୍ରିସ୍ତରୀୟ ଆଲୋଚନା ହେବାର ଥିଲା। ଏଥିରେ ବୈଦେଶିକ ସଚିବ ହର୍ଷ ଶୃଙ୍ଗଲା ଭାରତର ପ୍ରତିନିଧିତ୍ଵ କରୁଥିଲେ। ଗତ ବର୍ଷ ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସୈନ୍ୟ ସହ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଚୀନକୁ ଭାରତ ପକ୍ଷରୁ ଏହି କଡା ସନ୍ଦେଶ ଦିଆଯାଇଛି।

ବୈଦେଶିକ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ ହୋଇ ସାରିଛି ଯେ, ବୈଶ୍ଵିକସ୍ତରରେ ମିଳିତ ଜାତିସଂଘ ଦୁର୍ବଳ ହୋଇ ସାରିଛି। ଏଥିରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ବୈଦେଶିକ ସଚିବ ଶୃଙ୍ଗଲା କହିଛନ୍ତି ଯେ, ବୈଶ୍ଵିକ ଯୋଗାଣ ଶୃଙ୍ଖଳାକୁ ନେଇ ଅସମାନତା ଭ୍ୟାକ୍ସିନ ବିତରଣ ପର୍ଯ୍ୟନ୍ତ ହେଉଥିବା ଭୁଲ୍ ଏହା ସ୍ପଷ୍ଟ କରି ଦେଇଛି ଯେ, ବିଶ୍ଵସ୍ତରରେ ସହଯୋଗ ଓ ମଜବୁତ ବହୁପକ୍ଷୀୟର ଆବଶ୍ୟକତା ରହିଛି।

ଭାରତ ଜାନୁଆରୀରେ ୟୁଏନଏସସିରେ ଅସ୍ଥାୟୀ ସଦସ୍ୟ ଭାବେ ସାମିଲ ହୋଇଥିଲା ଏବଂ ଏହା ପରଠୁ ଜୟଶଙ୍କର ମନ୍ତ୍ରିସ୍ତରୀୟ ବୈଠକରେ ଯୋଗ ଦେଇ ଆସୁଥିଲେ। ଜାନୁଆରୀରେ ଟ୍ୟୁନିସିଆ, ଫେବୃଆରୀରେ ବ୍ରିଟେନ୍ ଓ ଏପ୍ରିଲରେ ଭିଏତନାମ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ। ଚୀନ ଏବେ ଆହୁରି ଦୁଇ ବୈଠକର ଅଧ୍ୟକ୍ଷତା କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.