Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କେନ୍ଦ୍ର ବୈଦେଶିକ ମନ୍ତ୍ରୀ ମାନିଲେ ଭୂଷୁଡି ପଡିଛି ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, କରୋନା ଦ୍ୱିତୀୟ ଲହରକୁ କହିଲେ Challenge

5/05/2021 at 7:23 PM

ଲଣ୍ଡନ ୫।୫: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର  କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହରକୁ ବହୁତ ବଡ଼ ଆହ୍ୱାନ ବୋଲି କହିଛନ୍ତି। ଏଥିରେ ଭାରତକୁ ସାରା ବିଶ୍ୱର ଦେଶମାନଙ୍କରୁ ମିଳୁଥିବା ସହାନୁଭୂତିକୁ କୁଟନୈତିକ ଏକତା ବୋଲି କହିଛନ୍ତି ଜୟଶଙ୍କର। ବ୍ରିଟେନରେ ଅନୁଷ୍ଠିତ ହେଉଥିବା ଜି-୭ ଦେଶଙ୍କ ବୈଦେଶିକ ଓ ବିକାଶ ମନ୍ତ୍ରୀଙ୍କ ସମ୍ମିଳନୀରେ ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ଜୟଶଙ୍କର ଭାରତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭୂଷୁଡି ପଡିଥିବାର ସ୍ୱୀକାର କରିଛନ୍ତି। ଉପୁଜିଥିବା ପରିସ୍ଥିତିକୁ ଦେଶ ଟିକାକରଣ ଜରିଆରେ ଆୟତ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କରିଥିବା ସେ କହିଛନ୍ତି।

ଜି-୭ ଶିଖର ସମ୍ମିଲନୀ ଲାଗି ଜୟଶଙ୍କର ଏବେ ୨ ଦିନିଆ ବ୍ରିଟେନ ଗସ୍ତରେ ଅଛନ୍ତି। ଏହି ଗସ୍ତକାଳରେ ସେ ଲଣ୍ଡନସ୍ଥିତ ମିଡିଆ ସଙ୍ଗଠନ ‘ଇଣ୍ଡିଆ ଇଂକ୍ ଗ୍ରୁପ’ ଓ ଭାରତୀୟ ଉଚ୍ଚାୟୋଗଙ୍କ ଦ୍ୱାରା ଲଣ୍ଡନରେ ଅନୁଷ୍ଠିତ ‘ଡାଇଲଗ ସିରିଜ’ର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ ସଂକଟର ଏହି କ୍ଷଣରେ ସମ୍ପୂର୍ଣ୍ଣ ବିଶ୍ୱ ଆମ ସହ ଛିଡା ହୋଇଥିବା ଭାରତ ଅନୁଭବ କରୁଛି । ଏହି ପରିସ୍ଥିତିରୁ ଭାରତ ଖୁବ ଶୀଘ୍ର ବାହାରି ଆସିବ । ତେବେ ଏଥିରୁ ଯାହା ଶିକ୍ଷା ମିଳିଲା ତାହା ହେଉଛି ସମନ୍ୱୟର ଅନୁଭବ ବୋଲି ଜୟ ଶଙ୍କର କହିଛନ୍ତି।

ତେବେ ବିଶ୍ୱର ଅନ୍ୟ ଦେଶମାନେ ଏହି ପରିସ୍ଥିତି ଦେଇ ଗତି କରିସାରିଥିବା ମୁଁ ଲଣ୍ଡନ ଆସି ଅନୁଭବ କରୁଛି ବୋଲି ସେ କହିଛନ୍ତି। ବୈଶ୍ୱିକ ମହାମାରୀ ଯୋଗୁ ନା କେଳ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି ଏହା ସହ ବିଚାରଗତ ପରିବର୍ତ୍ତନ ମଧ୍ୟ ହୋଇଛି ବୋଲି କହିଛନ୍ତି ଜୟଶଙ୍କର।  କରୋନା ଦ୍ୱିତୀୟ ଲହର ଆସିବ ବୋଲି ଭାରତ ସରକାର କଣ ଜାଣି ନଥିଲେ କି ନା ଜାଣିଶୁଣି ଢିଲା କରିଥିଲେ ବୋଲି ଇଣ୍ଡିଆ ଇଙ୍କ୍‌ର ସିଇଓ ମନୋଜ ଲାଡୱା କରିଥିବା ପ୍ରଶ୍ନର ଜବାବରେ ଜୟଶଙ୍କରଙ୍କୁ  କହିଥିଲେ ଯେ ଏଥିପାଇଁ କାହାରିକୁ ଦୋଷ ଦେଇ ହେବନି।

ଏପରି ମଧ୍ୟ କେହି କହିପାରିବେନି କି ଆମେ ସୁରକ୍ଷାରେ ସାମାନ୍ୟତମ ଅବହେଳା କରିଛୁ। ଭୁଲ ନିଶ୍ଚିତ ରୂପେ କେଉଁଠି ନା କେଉଁଠି ଅଛି, ହେଲେ ତାହା ସମୀକ୍ଷା କରିବାର ଏହା ବେଳ ନୁହେଁ ବୋଲି ଜୟ ଶଙ୍କରକହିଛନ୍ତି। ତେବେ ଭାରତ ଏକ ଗଣତାନ୍ତ୍ରିକ ଓ ରାଜନୈତିକ ଦେଶ। ଏଠାରେ ନିର୍ବାଚନ ଅଟଳ, ଏଣୁ ଆମେ ଦୋଷାରୋପଣ କରିପାରିବାନି। ତେବେ କୋଭିଡ ଦ୍ୱିତୀୟ ଲହର ଦେଶର ସ୍ୱାସ୍ଥ୍ୟ ତନ୍ତ୍ରର ମୁଖା ଖୋଲିସାରିଛି।  ଦୀର୍ଘ ୭୫ ବର୍ଷରେ  ଦେଶ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିବେଶ କରି ନଥିବା ପ୍ରମାଣିତ ହୋଇଛି। ତେବେ ଏହାକୁ ଅନୁମାନ କରି ପ୍ରଧାନମନ୍ତ୍ରୀ ଅନେକ ପୂର୍ବରୁ ଦେଶରେ ‘ଆୟୁଷ୍ମାନ ଭାରତ’ ଯୋଜନା ହାତକୁ ନେବା ସହ ଏହା ଉପରେ ଗୁରୁତ୍ୱାରୋପ କରୁଥିଲେ ବୋଲି କହିଛନ୍ତି। ତେବେ ଦେଶକୁ ପୁଣି ଥରେ ନିଜ ଗୋଡରେ ଛିଡା କରିବା ପାଇଁ ଗୋଟିଏ ନୁହେଁ ସରକାର ଏବେ ଅନେକ ଯୋଜନାରେ କାମ କରୁଥିବା ଜୟଶଙ୍କର କହିଛନ୍ତି।

   Related Posts