ପାରାଦୀପ୧୮/୫: ବଙ୍ଗୋପ ସାଗରରେ ସୃଷ୍ଟ ହୋଇଥିବା ବାତ୍ୟା ‘ଅମ୍ଫାନ’ ପ୍ରଭାବରେ ଓଡ଼ିଶାର ୧୨ ଜିଲ୍ଲାରେ ପଡ଼ିବା ନେଇ ସୁଚନା ମିଳିବା ପରେ ପୂର୍ବ ଉପକୂଳରେ ଥିବା ବୃହତ ବନ୍ଦର ପାରାଦୀପ ମଧ୍ୟ ଏ ନେଇ ଚଳଚଞ୍ଚଳ ହୋଇ ଉଠିଛି । ସୋମବାର ସଂଧ୍ୟାରୁ ଏହାର ପ୍ରଭାବ ରାଜ୍ୟରେ ତଥା ଓଡ଼ିଶା ଉପକୂଳରେ ଅନୁଭୂତ ହେବ । ଏନେଇ ବନ୍ଦର ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ବନ୍ଦର ସହରାଞ୍ଚଳ ରେ ଜିଲ୍ଲା ପ୍ରଶାସନ ସହ ମିଳିତ ଆଲୋଚନା ପରେ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି।
ବିଶେଷ କରି ବନ୍ଦର ପୋତାଶ୍ରୟ ମଧ୍ୟ ରେ ଥିବା ଜାହାଜ କିପରି ସୁରକ୍ଷିତ ରହିବ ଓ ପୋତାଶ୍ରୟ ପ୍ରବେଶ ପଥ ବ୍ରେକ୍ ୱ।ଟର ନିକଟରେ କିପରି ବାତ୍ୟା ପୂର୍ବ ଓ ପରର ସ୍ଥିତି କିପରି ସୁରକ୍ଷିତ ରହିବ ସେନେଇ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ବର୍ତମାନ ସୁଦ୍ଧା ବନ୍ଦର ପୋତାଶ୍ରୟ ରୁ ୨୪ଟି ଜାହାଜ କୁ ଆଙ୍କରେଜ ଏରିଆକୁ ସ୍ଥାନାନ୍ତର କରାଯାଇଛି। ବିଶେଷ କରି ସମୁଦ୍ର ମଧ୍ୟରେ ଥିବା single point moreing ରେ ଲାଗି ଥିବା iocl ର ଦୁଇଟି ଅଶୌଧିତ ତୈଳ ଜାହାଜ କୁ ମଧ୍ୟ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।
ବନ୍ଦର ପୋତାଶ୍ରୟ ମଧ୍ୟ ରେ ବର୍ତ୍ତମାନ ସୁଦ୍ଧା ଆଉ ୪ଟି ଜାହାଜ ପଣ୍ୟ ବୋଝେଇ ଓ ଖଲାସ କାର୍ଯ୍ୟ ରେ ନିୟୋଜିତ ଅଛନ୍ତି ତାହା ମଧ୍ୟ ଆଜି ସନ୍ଧ୍ୟା ସୁଦ୍ଧା ଆଙ୍କରେଜ ଏରିଆକୁ ପଠାଇ ଦିଆଯିବ ଏବଂ ଆଜି ସନ୍ଧ୍ୟା ଠାରୁ ବନ୍ଦର ପୋତାଶ୍ରୟ ମଧ୍ୟ କୁ ଆଉ କୌଣସି ଜାହାଜ ପୁରାଇ ଦିଆଯିବ ନାହିଁ ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି।