ଲକ୍‌ଡାଉନ୍ ବଢାଇବା ଅର୍ଥବ୍ୟବସ୍ଥା ଲାଗି ଆତ୍ମଘାତୀ ହେବ, ଗରିବଙ୍କ ମୁସ୍କିଲ ବଢିବ: ଆନନ୍ଦ ମହିନ୍ଦ୍ରା

Published By : Prameya-News7 Bureau | May 11, 2020 IST

ନୂଆଦିଲ୍ଲୀ ୧୧।୦୫: ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ସୋମବାର କହିଛନ୍ତି ଯଦି ଲକ୍‌ଡାଉନ୍‌ ଅବଧି ଆହୁରି ବଢାଯାଏ, ତେବେ ଏହା ଦେଶର ଅର୍ଥବ୍ୟବସ୍ଥା ଲାଗି ଆତ୍ମଘାତୀ ସାବ୍ୟସ୍ତ ହୋଇପାରେ। ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ କହିଛନ୍ତି ଲକ୍‌ଡାଉନ୍‌ରେ ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚିଛି, ମାତ୍ର ଯଦି ଏହାର ଅବଧିକୁ ଆହୁରି ବଢାଯାଏ ତେବେ ସମାଜର ନିମ୍ନ ବର୍ଗର ଲୋକଙ୍କ ପାଇଁ ଗମ୍ଭୀର ସ୍ଥିତି ସୃଷ୍ଟି କରିପାରେ।

କଣ ଲେଖିଲେ ମହିନ୍ଦ୍ରା

ମହିନ୍ଦ୍ରା ଟୁଇଟ୍‌ କରି ଲେଖିଛନ୍ତି, ଗତ କିଛି ଦିନରେ ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବା ପରେ ମଧ୍ୟ ନୂତନ ସଂକ୍ରମିତ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ଆମର ଜନସଂଖ୍ୟା ଓ ବାକି ଦୁନିଆ ତୂଳନାରେ କମ୍ ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖିଲେ, ଏହା କୁହାଯାଇ ପାରିବ ଯେ  ଯେତେ ପରୀକ୍ଷଣ ବଢିବ ସେହି ଅନୁସାରେ ସଂକ୍ରମିତ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିବ। ଆମେ ଗ୍ରାଫ ସମତୁଲ ରହିବା ଆଶା କରି ପାରିବା ନାହିଁ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ, ଲକ୍‌ଡାଉନ୍‌ ସହାୟକ ହୋଇ ନାହିଁ।

wp:core-embed/twitter {"url":"https://twitter.com/anandmahindra/status/1259765574562963457?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1259765574562963457\u0026ref_url=https%3A%2F%2Fhindi.news18.com%2Fnews%2Fbusiness%2Fextending-lockdown-may-be-suicidal-for-domestic-economy-says-anand-mahindra-3104257.html","type":"rich","providerNameSlug":"twitter","className":""}
https://twitter.com/anandmahindra/status/1259765574562963457?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1259765574562963457&ref_url=https%3A%2F%2Fhindi.news18.com%2Fnews%2Fbusiness%2Fextending-lockdown-may-be-suicidal-for-domestic-economy-says-anand-mahindra-3104257.html
/wp:core-embed/twitter

ମହିନ୍ଦ୍ରା କହିଛନ୍ତି, ଭାରତ ନିଜର ସାମୂହିକ ଲଢେଇରେ ଲକ୍ଷାଧିକ ସମ୍ଭାବିତ ମୃତ୍ୟୁକୁ ଟାଳିବାରେ ସକ୍ଷମ ହୋଇଛି। ଭାରତରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମୃତ୍ୟୁହାର ୧.୪ ପ୍ରତିଶତ ରହିଛି। ବିଶ୍ଵରେ ଏହି ହାର ୩୫ ଏବଂ ଆମେରିକାର ୨୨୮ ହାର ତୂଳନାରେ ଆମର ବହୁତ କମ ରହିଛି। ଆମକୁ ଲକ୍‌ଡାଉନ୍‌ରେ ଚିକିତ୍ସା କ୍ଷେତ୍ରରେ ସର୍ବାଙ୍ଗୀନ ଢାଞ୍ଚାକୁ ଉନ୍ନତ କରିବାରେ ସମୟ ମଧ୍ୟ ମିଳିଛି।

ଦୁର୍ବଳ ହେବ ଅର୍ଥବ୍ୟବସ୍ଥା

ସେ କହିଛନ୍ତି, ଯଦି ଲକ୍‌ଡାଉନ୍‌ ଅଧିକ ସମୟ ବୃଦ୍ଧି କରାଯାଏ, ତେବେ ଦେଶର ଅର୍ଥନୀତି ଆହୁରି ରସାତଳଗାମୀ ହୋଇପାରେ। କାର୍ଯ୍ୟ ଜାରି ରଖିବା ଅର୍ଥବ୍ୟବସ୍ଥାର ଆଜୀବିକା ଲାଗି ଏକ ପ୍ରତିରକ୍ଷା ପ୍ରଣାଳୀ ପରି ହୋଇଥାଏ। ଲକ୍‌ଡାଉନ୍ ଏହି ପ୍ରଣାଳୀକୁ ଦୁର୍ବଳ କରିଥାଏ ଓ ଆମ ସମାଜରେ ଅଧିକ ହାନୀ ଘଟିଥାଏ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.