Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

୧୦୦ ଦିନରେ ପହଁଚିଲା କୃଷକ ଆନ୍ଦୋଳନ, କେଏମପି ଏକ୍ସପ୍ରେସ୍ ଓ୍ୱେକୁ ୫ ଘଣ୍ଟା ଧରି ଅବରୋଧ କରିବେ ଚାଷୀ

6/03/2021 at 9:52 AM

ନୂଆଦିଲ୍ଲୀ,୦୬/୦୩ :ନୂଆ କୃଷି ଆଇନକୁ ବିରୋଧ କରି ଜାରି ରହିଥିବା କୃଷକ ଆନ୍ଦୋଳନ ୧୦୦ ଦିନରେ ପହଁଚିଛି । ଏହି ଅବସରରେ କୃଷକମାନେ ଦିଲ୍ଲୀ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେଏମପି ଏକ୍ସପ୍ରେସ ଓ୍ୱେକୁ ଅବରୋଧ କରିଛନ୍ତି । ୫ ଘଣ୍ଟା ଧରି ସେମାନେ ଏକ୍ସପ୍ରେସ ଓ୍ୱେକୁ ଅବରୋଧ କରିବେ । ଏପରିକି ଆନ୍ଦୋଳନ ଶେଷ ନହୋଇ ଆହୁରି ଶକ୍ତିଶାଳୀ ହେଉଚି ବୋଲି କୃଷକନେତାମାନେ କହୁଛନ୍ତି ।

ସଂଯୁକ୍ତ କିଶାନ ମୋର୍ଚ୍ଚା ପ୍ରଦର୍ଶନକାରୀଙ୍କୁ ଆହ୍ୱାନ ଦେଇଛନ୍ତି ଯେ, ୧୦୦ ଦିନ ପୂରଣ ଅବସରରେ ସେମାନେ କଳାପଟି ବାନ୍ଧି ଧାରଣା ଦେବେ । ସିଙ୍ଘୁ ସୀମାରୁ କଣ୍ଡଲୀ ଯାଉଥିବା ଏକ୍ସପ୍ରେସ ଓ୍ୱେକୁ ବନ୍ଦ କରିବେ । ଏହାସହ ଟୋଲ ପ୍ଲାଜାକୁ ମଧ୍ୟ ବନ୍ଦ କରାଯିବ । ଏହାସହ କୃଷକମାନେ ଆନ୍ଦୋଳନକୁ ଜୋରଦାର କରି ସରକାରଙ୍କୁ ଏକତାର ସନ୍ଦେଶ ଦେବେ ବୋଲି କହିଛନ୍ତି ।

ଗତ ୩ ମାସ ଧରି ଦିଲ୍ଲୀର ସିଙ୍ଘୁ, ଟିକରୀ ଓ ଗାଜୀପୁର ସୀମାରେ ହଜାର ହଜାର କୃଷକ ଆନ୍ଦୋଳନ କରୁଛନ୍ତି । ସେମାନେ ଏକାଠି ହୋଇ ନୂଆ କୃଷି ବିଲକୁ ବିରୋଧ କରୁଛନ୍ତି । ଭାରତୀୟ କିଶାନ ୟୁନିଅନର ନେତା ରାକେଶ ଟିକାୟତ କହିଛନ୍ତି ଯେ, ଯେବେ ସୁଦ୍ଧା ଦାବି ପୂରଣ ନହୋଇଛି ଆନ୍ଦୋଳନ ଜାରି ରହିଛି । ସରକାର ସେମାନଙ୍କ କଥା ଶୁଣୁ ନାହାଁନ୍ତି ବୋଲି ସେ କହିଛନ୍ତି ।

କୃଷକ ନେତାଙ୍କ କହିବାନୁସାରେ, ଦେଶ ସାରା କୃଷକମାନେ ଏକଜୁଟତା ପ୍ରଦର୍ଶନ କରିଛନ୍ତି । ମହିଳାମାନଙ୍କର ମଧ୍ୟ ଏଥିରେ ଯୋଗଦାନ ରହିଛି । ଆନ୍ଦୋଳନରେ ମହିଳା କୃଷକମାନେ ସାମିଲ ହୋଇଛନ୍ତି । ମାର୍ଚ୍ଚ ୮ରେ ମହିଳା ଦିବସ ଅବସରରେ ମହିଳା କୃଷକମାନେ ଆନ୍ଦୋଳନର ନେତୃତ୍ୱ ନେବେ ।

ସୂଚନାଯୋଗ୍ୟ, ସରକାର ଓ କୃଷକଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇଛି । କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରି ନାହିଁ । କୃଷକମାନେ ଆନ୍ଦୋଳନକୁ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି । କିନ୍ତୁ ସରକାର ଏଥିରେ ରାଜି ନାହାଁନ୍ତି ।

   Related Posts