ଟ୍ରାକରେ ଫାଟ ; ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଆଲେପି ଟାଟା ଏକ୍ସପ୍ରେସ୍
24/03/2019 at 10:17 AM

ରାଉରକେଲା ୨୪|୩ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଆଲେପି ଟାଟା ଏକ୍ସପ୍ରେସ ଟ୍ରେନ୍ । ଟ୍ରାକରେ ଫାଟ ଦେଖି ଲାଲ୍ ପତାକା ଦେଖାଇ ଟ୍ରେନକୁ ଅଟକାଇଲେ ଲାଇନମ୍ୟାନ୍ । ବନ୍ଧମୁଣ୍ଡା ଡିଜେଲ କଲୋନୀର କେ. କେବିନ ନିକଟରେ ଅଟକିଲା ଟ୍ରେନ୍ । ରାଉରକେଲା ଷ୍ଟେସନରୁ ଯାଉଥିଲା ଆଲେପି ଟାଟା ଏକ୍ସପ୍ରେସ୍ ଟ୍ରେନ୍ । ଟ୍ରାକ୍ ମରାମତି ପରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଟ୍ରେନ୍ ଟି ଛାଡିଛି ।
