କଲ ସେଣ୍ଟର ମାଧ୍ୟମରେ ଠକେଇ: ପୁତ୍ର ସନ୍ତାନ ଜନ୍ମ ହେବ ବୋଲି ମହିଳାଙ୍କୁ ଦିଆଯାଉଥିଲା ମିଥ୍ୟା ପ୍ରତିଶ୍ରୁତି

Published By : Prameya-News7 Bureau | November 18, 2019 IST

ନୂଆଦିଲ୍ଲୀ୧୮/୧୧: ଏକ କଲ ସେଣ୍ଟର ମାଧ୍ୟମରେ ଲୋକଙ୍କୁ ଧମକ ଦେବା ଏବଂ ବିଭିନ୍ନ ମିଛ କଥା କହି ଲୋକଙ୍କ ପାଖରୁ ଟଙ୍କା ଆଦାୟ କରୁଥିବା ଏକ ବଡ଼ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ ହୋଇଛି। ଏହି ମାମଲାରେ ୩୦ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କୁ ପୋଲିସ ପଚାରଉଚାର କରି ବହୁ ତଥ୍ୟ ହାସଲ କରିଛି।

ପୋଲିସର ସୂଚନା ଅନୁସାରେ ଦିଲ୍ଲୀରେ ୩୦ ଜଣ ବ୍ୟକ୍ତି ମିଳିତ ଭାବେ ଏକ କଲ ସେଣ୍ଟର ଚଳାଉଥିଲେ।  ଏହି ସଂସ୍ଥାରେ ୩୦୦ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। କାନାଡ଼ା ରହୁଥିବା ଭାରତୀୟ ନାଗରିକଙ୍କୁ ଧମକ ଦେଇ ଡ଼ଲାର ଆଦାୟ କରାଯାଉଥିଲା। କାନାଡାରେ ରହୁଥିବା ଜଣେ ଭାରତୀୟ ନାଗରିକ ଏମାନଙ୍କ ଦ୍ବାରା ଠକାମିର ଶିକାର ହେବା ପରେ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଥିଲେ।

ପୋଲିସର ସୂଚନା ମୁତାବକ ଗିରଫ ହୋଇଥିବା ଅଭିଯୁକ୍ତ ଭାରତୀୟ ଏଜେନ୍ସି ନାଁରେ ଏକ କଲ ସେଣ୍ଟର ଚଳାଇଥିଲେ। କାନାଡାରେ ରହୁଥିବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଖରୁ ୨୦ ହଜାର ଡଲାର ପର୍ଯ୍ୟନ୍ତ ଆଦାୟ କରାଯାଉଥିଲା। କଲ ସେଣ୍ଟର ଉପରେ ଚଢ଼ଉ କରି ପୋଲିସ  ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି।  

ଆଇଭିଏଏଫ ସାହାଯ୍ୟରେ ପୁତ୍ର ସନ୍ତାନ ଜନ୍ମ ହେବା ବୋଲି ମହିଳାଙ୍କୁ ଗ୍ୟାରେଣ୍ଟି ଦିଆଯାଉଥିଲା। ସେଥିଲାଗି ମହିଳାମାନଙ୍କୁ ବିଦେଶକୁ ପଠାଯାଉଥିଲା। ଏହି କାମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ବର୍ତ୍ତମାନ ସୁଦ୍ଧା ଏହି ଠକ୍ କଲ ସେଣ୍ଟର ସଂସ୍ଥା  ୬ ଲକ୍ଷ ମହିଳାଙ୍କୁ ବିଦେଶୀକୁ ପଠାଇ ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.