‘ଆକାଶ’ କ୍ଷେପଣାସ୍ତ୍ର ପ୍ରଣାଳୀ ରପ୍ତାନୀକୁ ମିଳିଲା କ୍ୟାବିନେଟ୍‌ର ମଞ୍ଜୁରି, କ୍ରୟ ଲାଗି ୯ଟି ଦେଶ ଆଗ୍ରହୀ

Published By : Prameya-News7 Bureau | December 30, 2020 IST

ନୂଆଦିଲ୍ଲୀ ୩୦।୧୨: ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ ରପ୍ତାନୀ ଲାଗି କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି। ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରପ୍ତାନୀ ସୁଗମ କରିବା ଲାଗି ଏକ କମିଟି ଗଠନ ନିମନ୍ତେ ମଧ୍ୟ ନିଷ୍ପତ୍ତି ହୋଇଛି। ଫଳରେ ଭାରତକୁ ନିଜ ପ୍ରତିରକ୍ଷା ଉତ୍ପାଦକୁ ଅଧିକ ଉନ୍ନତ କରିବା ସହ ଅନ୍ତର୍ଜାତୀୟ ପ୍ରତିଦ୍ୱନ୍ଦ୍ୱୀତା ନିମନ୍ତେ ସହାୟତା ମିଳିବ।

wp:embed {"url":"https://twitter.com/RajnathSingh_in/status/1344217075472994304","type":"rich","providerNameSlug":"twitter","responsive":true,"className":""}
https://twitter.com/RajnathSingh_in/status/1344217075472994304
/wp:embed

କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରାଳୟଙ୍କ ପକ୍ଷରୁ ଏ ନେଇ ଜାରି ବିଜ୍ଞପ୍ତି ଅନୁସାରେ ଆତ୍ମନିର୍ଭର ଭାରତ ଯୋଜନାରେ ଦେଶ ବିଭିନ୍ନ ପ୍ରକାର ପ୍ରତିରକ୍ଷା ଉପକରଣ ଓ କ୍ଷେପଣାସ୍ତ୍ର ନିର୍ମାଣରେ ନିଜର କ୍ଷମତା ବୃଦ୍ଧି କରୁଥିବା ସୂଚିତ କରାଯାଇଛି। ଏହି କ୍ରମରେ ଆକାଶ ମିସାଇଲ ସିଷ୍ଟମ ଦେଶର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ପ୍ରତିରକ୍ଷା ପ୍ରଣାଳୀ ବୋଲି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ ସେୟାର କରିଛନ୍ତି।

{"id":384859,"width":574,"height":378,"sizeSlug":"large","linkDestination":"none"}

ତେବେ ଭାରତୀୟ ସେନାରେ ଉପଯୋଗ ହେଉଥିବା ଆକାଶ ପ୍ରତିରକ୍ଷା ପ୍ରଣାଳୀଠାରୁ ରପ୍ତାନୀ ପାଇଁ ଉଦ୍ଧିଷ୍ଟ ପ୍ରଣାଳୀ ପୃଥକ ହେବ ବୋଲି ପ୍ରତିରକ୍ଷାମନ୍ତ୍ରୀ ସୂଚିତ କରିଛନ୍ତି। ଏହି ପ୍ରତିରକ୍ଷା ପ୍ରଣାଳୀ କ୍ରୟ କରିବାକୁ ଦକ୍ଷିଣ-ପୂର୍ବ ଏସିୟା ସମେତ ଆଫ୍ରିକାର୯ଟି ଦେଶ ଆଗ୍ରହୀ ଥିବା ରାଜନାଥ ସୂଚିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.