ଭାରତ କଲା ରପ୍ତାନୀ ବନ୍ଦ: ଶ୍ରୀଲଙ୍କା ଓ ବାଂଲାଦେଶରେ ପିଆଜ କେଜି ୨ଶହ ଟଙ୍କା

Published By : Prameya-News7 Bureau | October 02, 2019 IST

ନୂଆଦିଲ୍ଲୀ :  ଭାରତର ପିଆଜ ରପ୍ତାନୀ ବନ୍ଦ ଲାଗି ନିଷ୍ପତ୍ତିର ପ୍ରଭାବ ଏବେ ପଡୋଶୀ ଦେଶମାନଙ୍କ ଉପରେ ପଡିଛି। ଶ୍ରୀଲଙ୍କା, ବାଂଲାଦେଶ, ନେପାଳ ଓ ମାଲେସିଆରେ ଦର ଆକାଶ ଛୁଇଁଥିବା ବେଳେ ପ୍ରତି କେଜି ପିଆଜ ଲାଗି ଗ୍ରାହକ ୨ଶହ ଟଙ୍କା ଦେଉଛନ୍ତି। ଏଣୁ  ପିଆଜ ଦର ନିୟନ୍ତ୍ରଣ ଲାଗି ଏହି ସବୁ ଦେଶମାନେ ଏବେ ଚୀନ, ମ୍ୟାମାର, ଇଜିପ୍ଟ ଓ ତୁର୍କି ଆଦି ଦେଶକୁ ମୁହାଁଇଛନ୍ତି।

{"id":165509}

ପିଆଜ ରପ୍ତାନୀକାରୀ ଦେଶଙ୍କ ମଧ୍ୟରେ ଭାରତ ଅନ୍ୟତମ। ତେବେ ଦେଶରେ ଉପୁଜିଥିବା ସଙ୍କଟର ସମାଧାନ ଲାଗି ସରକାର ଏବେ ରପ୍ତାନୀ ବନ୍ଦ ନିଷ୍ପତ୍ତି ନେଇଥିବା ବେଳେ ଏହି ସଙ୍କଟ ଅଧିକ ଉଗ୍ର ରୂପ ଧାରଣ କରିଛି। ଚଳିତବର୍ଷ ଅନିୟମିତ ମୋସୁମୀ ଯୋଗୁ ଦେଶରେ ପିଆଜ ଅମଳରେ ବିଳମ୍ବ ହେଉଛି। ବିସ୍ତୃତ ଅଞ୍ଚଳରେ ଏବେବି ବର୍ଷା ଲାଗି ରହିଥିବାରୁ ଚାଷୀ ପିଆଜ ଅମଳ ଲାଗି ସାହାସ କରିପାରୁନାହାନ୍ତି। ବଜାରରେ ଚାହିଦା ଅନୁପାତରେ ପିଆଜର ଯୋଗାଣ ହୋଇ ପାରୁନଥିବାରୁ ଗତ ରବିବାର ପିଆଜ ପ୍ରତି କ୍ୱିଣ୍ଟଲ ୪ହଜାର ୫ଶହଟଙ୍କାରେ ବିକ୍ରୟ ହୋଇଥିଲା, ଯାହାକି ଗତ ୬ ବର୍ଷରେ ସବୁଠାରୁ ଅଧିକ ଦର ବୋଲି କୁହାଯାଇଛି। ଏଣୁ ସରକାର ପିଆଜ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି।

{"id":165510}

ପଡୋଶୀ ନେପାଳରେ ପିଆଜ ଦର ପ୍ରାୟ ୨ ଗୁଣା ବଢିଯାଇଛି। କେବଳ ନେପାଳ ନୁହେଁ ଭାରତରୁ ପିଆଜ ଆମଦାନୀ କରୁଥିବା ଅନ୍ୟଦେଶମାନଙ୍କରେ ବି ଏବେ ସମାନ ଅବସ୍ଥା। ଏଣୁ ବାଂଲାଦେଶ ଓ ଅନ୍ୟ ଦେଶମାନେ ଦେଶର ପିଆଜ ଆବଶ୍ୟକତା ପୁରଣ ଲାଗି ପଡୋଶୀ ମ୍ୟାଁମାର ସମେତ  ଚୀନ, ତୁର୍କୀ ଓ ଇଜିପ୍ଟ କୁ ଅନୁରୋଧ କରିଥିବା ଜଣାପଡିଛି। ଗତବର୍ଷ ଭାରତ ୨୨ଲକ୍ଷ ଟନ ପିଆଜ ରପ୍ତାନୀ କରିଥିଲା। ଦେଶରେ ଉତ୍ପାଦିତ ପିଆଜର ଅଧାରୁ ଅଧିକ ପଡୋଶୀ ଏସିୟ ରାଷ୍ଟ୍ରମାନଙ୍କୁ ରପ୍ତାନୀ ହୋଇଥିଲା।

{"id":165511}

ଚୀନ ଓ ଇଜିପ୍ଟରୁ ପିଆଜ ଆଣିବାକୁ ଅଧିକ ସମୟ ଲାଗୁଥିବାରୁ ଅଧିକାଂଶ ଏସୀୟ ଦେଶ ଭାରତରୁ ପିଆଜ ଆମଦାନୀ କରିଥାନ୍ତି। ତେବେ ଉପୁଜିଥିବା ପରିସ୍ଥିତିରେ ବାଂଲାଦେଶ ସରକାର ଏବେ ନିଜେ ପିଆଜ ବିକ୍ରୟ କରୁଥିବା ବେଳେ ସଂକଟର ସମାଧାନ ଲାଗି ସମସ୍ତ ବିକଳ୍ପ ଉପରେ ବିଚାର କରାଯାଉଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.