ବେଗୁନିଆ ଅଞ୍ଚଳରୁ ବିସ୍ପୋରକ ଜବତ, ଜଣେ ଗିରଫ

Published By : Prameya-News7 Bureau | August 17, 2020 IST

ଖୋର୍ଦ୍ଧା ୧୭।୮: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ କଣ୍ଟାବାଡ଼ ମକୁନ୍ଦପୁର ଗାଁରେ ଦିନକ ପୂର୍ବରୁ ବାଣ ବିସ୍ଫୋରଣ ଘଟିଥିଲା । ଉକ୍ତ ଗାଁରେ ବେଆଇନି ଭାବେ ବାଣ ତିଆରି ହେଉଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡୁନଥିଲା ।

ତେବେ ମକୁନ୍ଦପୁର ଗାଁରେ ବିସ୍ଫୋରଣ ପରେ ପ୍ରଶାସନ ତତ୍ପର ହୋଇଉଠିଛି । ଆଉ ବାଘମାରୀ ପୋଲିସ ବେଗୁନିଆ ବ୍ଲକର ଲେଖନପୁର ଗାଁରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସହ ବାଣ ଜବତ କରିଛି । ଏହାସହ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ଉକ୍ତ ଗ୍ରାମର ଲକ୍ଷ୍ମୀଧର ସାମଲ ବୋଲି ବାଘମାରୀ ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.