ମିନି ଟ୍ରକ୍‌ରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

Published By : Prameya-News7 Bureau | March 09, 2019 IST

ଭୁବନେଶ୍ବର ୯|୩ : ମିନି ଟ୍ରକରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ଚିତିପୁର ଥାନା ନିକଟ ତଳ ବ୍ରିଜରୁ ବିସ୍ଫୋରକ ଭର୍ତ୍ତି ଟ୍ରକକୁ ପୋଲିସ ଜବତ କରିଛି । ସେଥିରୁ ହଜାରେ କିଲୋଗ୍ରାମର ବାରୁଦ ଜବତ ହୋଇଛି । ବିସ୍ଫୋରକ ନେଇ ମିନି ଟ୍ରକଟି ଓଡିଶାରୁ କୋଲକାତା ଯାଉଥିଲା । ଟ୍ରକ୍ ଡ୍ରାଇଭର ଓ ଖଲାସିଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ଡ୍ରାଇଭର ଇନ୍ଦ୍ରଜିତ୍ ଭୋଇ ଏବଂ ଖଲାସି ପଦ୍ମଲୋଚନ ଦେ । ଉଭୟଙ୍କ ଘର ବାଲେଶ୍ବରରେ ବୋଲି ଜଣାପଡିଛି । ତେବେ ବାରୁଦକୁ କିଏ ପଠାଉଥିଲା ସେ ନେଇ ତଦନ୍ତ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.