Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବଜାର ମଝିରେ ଆତ୍ମଘାତୀ ବିସ୍ଫୋରଣ: ଘଟଣାସ୍ଥଳରେ ୨୦ ମୃତ, ହସ୍ପିଟାଲରେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ୪୦ ଜଣ

21/01/2021 at 4:54 PM

ନୂଆଦିଲ୍ଲୀ ୨୧/୦୧: ଗହଳି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ। ଦୁଇ ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ୨୦ ଜଣ ଛଟପଟ ହୋଇ ପ୍ରାଣ ହରାଇଥିବା ବେଳେ ୪୦ ଜଣ ଗୁରୁତର ହୋଇଛନ୍ତି। ଏହା ସହ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ଥିବା ପୋଲିସ କହିଛି।

ଏହି ଘଟଣା ଇରାକ୍‌ ରାଜଧାନୀ ବାଗ୍‌ଦାଦରେ ଘଟିଛି। ମିଳିଥିବା ସୂଚନା ଅନୁସାରେ ଆତ୍ମାଘାତୀ ଆକ୍ରମଣକାରୀ ବାଗଦାଦର ତାୟାରାନ୍‌ ଛକରେ ଲାଗିଥିବା ଗହଳିକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରିଥିଲେ । ମଙ୍ଗଳବାର ଦିନ ଆକ୍ରମଣକାରୀ ଆତ୍ମଘାତୀ ବିସ୍ଫୋରଣ କରି ୨୦ ଜଣଙ୍କ ଜୀବନ ନେଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରୁ ସୂଚନା ମିଳିଛି।

ବଜାରରେ ଲାଗିଥିବା ଗହଳି ଭିତରକୁ ଦେହରେ ବିସ୍ଫୋଟକ ଧରି ପହଞ୍ଚିଥିଲା ଆକ୍ରମଣକାରୀ । କେହି କିଛି ବୁଝିବା ପୂର୍ବରୁ ହୋଇଥିଲା ବିସ୍ଫୋରଣ। ଭୀଷଣ ବିସ୍ଫୋରଣରେ ସବୁ କିଛି ସ୍ତବ୍ଧ ହୋଇଯାଇଥିଲା। ଭୟରେ ଲୋକେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ତେବେ ବିସ୍ଫୋରଣରେ ଗୁରୁତର ହୋଇଥିବା ଲୋକଙ୍କ ମଧ୍ୟରୁ କିଛି ଲୋକଙ୍କ ଜୀବନ ଯାଇପାରେ। ସେମାନଙ୍କ ଶରୀର ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସେମାନଙ୍କୁ ବଞ୍ଚାଇବା ଡାକ୍ତର ଚେଷ୍ଟା କରୁଛନ୍ତି ବୋଲି ପୋଲିସ କହିଛି।

   Related Posts