କେମିକାଲ୍ ପ୍ଲାଣ୍ଟ୍ ନିକଟରେ ଭୟଙ୍କର ବିସ୍ଫୋରଣ ; ୨୨ଜଣ ମୃତ, ୨୨ ଆହତ

Published By : Prameya-News7 Bureau | November 28, 2018 IST

ଚୀନ ୨୮|୧୧:   ଚୀନରେ ଭୟଙ୍କର ବିସ୍ଫୋରଣ । ଆଜି ଭୋରରୁ ଉତ୍ତର ଚୀନରେ ଥିବା କେମିକାଲ୍ ପ୍ଲାଣ୍ଟ୍ ନିକଟରେ ବିସ୍ଫୋରଣ ହୋଇଛି । ଏଥିରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଛି । ଏହା ସହ ୫୦ରୁ ଅଧିକ ଗାଡି ପୋଡି ପାଉଁଶ ହୋଇଯାଇଛି । ହେବେଇ ସେଙ୍ଘୁଆ କେମିକାଲ୍  ଇଣ୍ଡଷ୍ଟ୍ରି କୋ. ଲିମିଟେଡ୍  ନିକଟରେ ଏହି ବିସ୍ଫୋରଣ ଘଟିଛି। ଅଗ୍ନିକାଣ୍ଡରେ ୩୮ଟି ଟ୍ରକ୍  ଏବଂ ୧୨ଟି ଅନ୍ୟ ଗାଡ଼ି ପୋଡ଼ି ଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଦମକଳବାହିନୀ ନିୟୋଜିତ ଅଛନ୍ତି । ଏହା ସହ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.