କୋଲକାତାରେ ଧରାପଡ଼ିଲା ବିସ୍ଫୋରକ ଭର୍ତ୍ତି ଓଡ଼ିଶା ଗାଡ଼ି

Published By : Prameya-News7 Bureau | March 09, 2019 IST

କୋଲକାତା ୯/୩ : ଓଡ଼ିଶାରୁ ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଯାଇଥିବା ବେଳେ ଧରାପଡ଼ିଲା ହଜାରେ କିଲୋ ବିସ୍ଫୋରକ । ଓଡ଼ିଶା ନମ୍ବର ଥିବା ୪୦୭ ରୁ ଏହି ବିସ୍ଫୋରକ ମିଳିଥିବା ବେଳେ ଗାଡ଼ିର ଡ୍ରାଇଭର ଓ କ୍ଲିନରଙ୍କୁ ଗିରଫ କରିଛି କୋଲକାତା ପୋଲିସ ।


କୋଲକାତାରେ ଧରାପଡ଼ିଲା ବିସ୍ଫୋରକ ଭରା ଓଡ଼ିଶା ଗାଡ଼ି । ଓଡ଼ିଶାରୁ ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଯାଇଥିବା ଏକ ମିନି ଟ୍ରକକୁ ଜବତ କରିଛି କୋଲକାତା ପୋଲିସ । ଯେଉଁଥିରୁ ୨୭ବସ୍ତା ବିସ୍ଫୋରକ ମିଳିଥିବା କୁହାଯାଉଛି । ଏହି ଘଟଣାରେ ଗାଡ଼ିର ଡ୍ରାଇଭର ଇନ୍ଦ୍ରଜିତ ଭୋଇ ଓ ଖଲାସୀ ପଦ୍ମଲୋଚନ ଦେଙ୍କୁ ଗିରଫ କରାଯାଇଛି ।ଉଭୟଙ୍କ ଘର ବାଲେଶ୍ବରର ବସ୍ତା ଅଂଚଳରେ । ଖବର ସାମ୍ନାକୁ ଆସିବା ପରେ ନ୍ୟୁଜ୍ ସେଭେନ୍ ଟିମ୍ ସଂପୃକ୍ତ ଅଂଚଳକୁ ଯାଇ ଗିରଫ ହୋଇଥିବା ଡ୍ରାଇଭର ଓ ଖଲାସୀଙ୍କ ପରିବାର ଲୋକଙ୍କୁ ଭେଟିଥିଲା । ଆଉ ଖବର ପଛର ଖବର ଖୋଜିବାକୁ ଚେଷ୍ଟା କରିଥିଲା । ସେମାନେ କ’ଣ କହୁଛନ୍ତି ଦେଖନ୍ତୁ ।


ମାଲିକ କହିଲା, ଗାଡ଼ିରେ ଡିଟରଜେଣ୍ଟ ଲୋଡ୍ କରି ନେଇ ଗଲା ପୁଅ । ହେଲେ ବାଟରେ କ’ଣ ହେଲା ସେକଥା କେହି କହିପାରୁନାହାନ୍ତି । ଟିଭିରୁ ଦେଖି ଜାଣିଲୁ ପୁଅ ଏବେ ଜେଲରେ ଅଛି । ବିସ୍ଫୋରକ ସମ୍ପର୍କରେ ଆମେ କିଛି ଜାଣିନୁ । ଏକଥା କହୁଛନ୍ତି ଗିରଫଙ୍କ ସମ୍ପର୍କୀୟ । ତେବେ ଏତେ ପରିମାଣର ବିସ୍ଫୋରକ କେଉଁଠୁ ଆସିଲା ? କିଏ ଓ କେଉଁଠାକୁ ଏହି ବିସ୍ଫୋରକ ପଠାଉଥିଲା ? ପୋଲିସର ଖୋଳତାଡ଼ ପରେ ତା’ର ସୁରାକ୍ ମିଳିପାରିବ । ହଜାରେ କିଲୋର ୨୭ ପ୍ୟାକେଟ୍ ବିସ୍ଫୋରକ ନେଇ ଗାଡ଼ିଟି ଓଡ଼ିଶାରୁ ପଶ୍ଚିମବଙ୍ଗ ଯିବା ବାଟରେ କେଉଁଠି କେମିତି ପୋଲିସ ଅଟକାଇ ଗେଟରେ ଯାଂଚ ହୋଇନଥିଲା ତାକୁ ନେଇ ମଧ୍ୟ ସଂଦେହ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.