ଜାମ୍ମୁ ଏୟାରପୋର୍ଟ ପରିସରରେ ବିସ୍ଫୋରଣ, ବୋମା ନିଷ୍କ୍ରିୟକାରୀ ଟିମ୍ ଓ ଫରେନସିକ୍ ଦଳର ଯାଞ୍ଚ

Published By : Prameya-News7 Bureau | June 27, 2021 IST

ଶ୍ରୀନଗର ୨୭/୬: ଜାମ୍ମୁ କାଶ୍ମୀରରେ ଏୟାରପୋର୍ଟ ପରିସରରେ ବିସ୍ଫୋରଣ । ଜମ୍ମୁ ବିମାବନ୍ଦରର ଟେକ୍ନିକାଲ ଅଂଚଳରେ ବିସ୍ଫୋରଣ ହୋଇଥିବା ରିପୋର୍ଟରୁ ଜଣାଯାଇଛି । ବିସ୍ଫୋରଣ ସଂପର୍କିତ ସୂଚନା ମିଳିବା ପରେ ଫରେନସିକ ଟିମ୍ ଏବଂ ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ବିଳମ୍ୱିତ ରାତି ୨ଟାରେ ଏହି ବିସ୍ଫୋରଣ ଘଟିଛି ।

wp:html /wp:html

ସୂଚନା ମିଳିବା ପରେ ବୋମା ନିଷ୍କ୍ରିୟକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାସହ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀର ବ୍ୟାପକ ବ୍ୟବସ୍ଥା ପରେ ଆତଙ୍କବାଦୀମାନେ ଏବେ ସକ୍ରିୟ ହୋଇଉଠିଛନ୍ତି ।

ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରକୁ ନିଜର ଦବଦବା ତଥା ସ୍ଥିତି ଜାହିର କରିବାରେ ଲାଗିଛନ୍ତି । ଶନିବାର ସେମାନେ ଶ୍ରୀନଗରର ବରବରଶାହ ଅଂଚଳରେ ଏକ ସିଆରପିଏଫ ବଙ୍କର ଉପରେ ବୋମାମାଡ଼ କରିଥିଲେ । ଏଥିରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.