Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

କରାଚୀରେ ବଡ଼ ଧରଣର ବିସ୍ଫୋରଣ : ୩ଜଣ ମୃତ,୧୫ରୁ ଅଧିକ ଆହତ

21/10/2020 at 11:25 AM

ନୂଆଦିଲ୍ଲୀ ୨୧/୧୦: ପାକିସ୍ତାନର କରାଚୀରେ ବଡ଼ ବିସ୍ଫୋରଣ ହୋଇଛି। ଗୁଲଶନ-ଏ-ଇକବାଲରେ ମସକନ ଚୌରଙ୍ଗୀରେ ୨ତାଲା କୋଠାରେ ବିସ୍ଫୋରଣ ହୋଇଛି,ଯେଉଁଥିରେ ଅନେକ ଲୋକ ଗୁରୁତର ହୋଇଛନ୍ତି। ଆଖପାଖର କୋଠାର ଝରକା ଭାଙ୍ଗି ଚୁରମାର ହୋଇଯାଇଛି। ଏହି ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସମସ୍ତ ମୃତାହତଙ୍କୁ ପଟେଲ୍ ହସ୍ପିଟାଲକୁ ନିଆଯାଇଛି। ବିସ୍ଫୋରଣ କାରଣ ଏବେ ଯାଏଁ ଜଣା ପଡ଼ି ନାହିଁ। କେତେ ଜଣ ସନ୍ଦେହ କରୁଛନ୍ତି ଯେ ଏହା ଏକ ସିଲିଣ୍ଡର ବିସ୍ଫୋରଣ।

ଆଇନ ପ୍ରବର୍ତ୍ତନ ଏଜେନ୍ସି ଏବଂ ଉଦ୍ଧାରକାରୀ ଘଟଣାସ୍ଥଳକୁ ପହଞ୍ଚି ଯାଇଛନ୍ତି। ଏଲଏଏଏସ୍ ଏହି କ୍ଷେତ୍ରକୁ ବନ୍ଦ କରି ଦେଇଛନ୍ତି। ବିସ୍ଫୋରଣ କୋଠାର ଦୁଇ ମହଲାରେ ହେବାର ସନ୍ଦେହ କରାଯାଉଛି। ପ୍ରତ୍ୟେକ୍ଷଦର୍ଶୀମାନେ କହିଛନତି ଯେ ଆଖପାଖର କୋଠାଗୁଡ଼ିକର ଝରକା ସହ କିଛି ଗାଡ଼ି ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି।

ଗତକାଲି କରାଚୀର ଶିରିନ ଜିନ୍ନା କଲୋନୀ ପାଖରେ ଏକ ବସ୍ ଟର୍ମିନାଲର ପ୍ରବେଶ ଦ୍ବାରରେ ବୋମା ବିସ୍ଫୋରଣ ହେବାରୁ ୫ଜଣ ଆହତ ହୋଇଛନ୍ତି। ପୋଲିସଙ୍କ କହିବାନୁସାରେ ଏହା ଆଇଇଡି ଥିଲା,ଯାହାକୁ ଟର୍ମିନାଲ୍ ଗେଟରେ ଲଗା ହୋଇଥିଲା। ଦ୍ବିପ୍ରହର ସାଢ଼େ ୩ଟା ପରେ ଆଇଇଡି ରଖାଯାଇଥିଲା। ଏହି ବିସ୍ଫୋରଣରେ ୫ଜଣ ଆହତ ହୋଇଥିଲେ।

   Related Posts