ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ; ଜଣେ ମୃତ, ଅନେକ ଚାପିହୋଇ ରହିଥିବା ଆଶଙ୍କା

29/11/2018 at 12:15 PM

ଝାରସୁଗୁଡା ୨୯|୧୧:  ଝାରସୁଗୁଡା ଜିଲ୍ଲା ବେଲପାହାଡ ନିକଟରେ ଥିବା ମିର୍ଦ୍ଧାଡିହି ଗାଁରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଫଳରେ ସଂପୂର୍ଣ୍ଣ କାରଖାନା ଘରଟି ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି । ଚାରିପଟେ ନିଆଁ ମଧ୍ୟ ଲାଗିଯାଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ହେଲେ କାରଖାନାରେ କାମ କରୁଥିବା ସୁଶାନ୍ତ ଧୁରୁଆ । ମୃତ ସୁଶାନ୍ତଙ୍କ ଖଣ୍ଡବିଖଣ୍ଡିତ ଶବ ମିଳିଛି । ତାଙ୍କ ଘର ବେଲପାହାଡ ନିକଟସ୍ଥ ଜୁନାଡିହିରେ ।

ବିସ୍ଫୋରଣ ଘଟିଥିବା ବାଣ କାରଖାନାର ଲାଇସେନ୍ସ ରହିଛି । ବିସ୍ଫୋରଣ ଘଟିବା ପରେ ଲଖନପୁର ଓ ଏମସିଏଲରୁ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । ଧ୍ବସ୍ତ ବିଧ୍ବସ୍ତ ହୋଇଥିବା ଘର ତଳେ ଆହୁରି କିଛି ବାଣ କାରିଗର ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

   Related Posts