Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ସୁନ୍ଦରଗଡ କୋଇଲା ଖଣିରେ ବିସ୍ଫୋରଣ ; ଉଡିଗଲା ୩ଟି ଟିପ୍ପର, ଡ୍ରାଇଭର ମୃତ

23/11/2018 at 5:22 PM

ସୁନ୍ଦରଗଡ ୨୩|୧୧: କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ । ସୁନ୍ଦରଗଡ଼ କୁଲଡ଼ା ଏମ୍.ସି.ଏଲ୍ ଓପନ୍ କାଷ୍ଟ କୋଇଲା ଖଣିରେ ବିସ୍ଫୋରଣ । କୋଇଲା ଉତ୍ତୋଳନ ପାଇଁ ଏମ୍.ସି.ଏଲ୍ ବ୍ଲାଷ୍ଟିଂ କରୁଥିବା ବେଳେ  ଏମ୍.ସି.ଏଲ୍ ର ଅସାବଧାନତା ଯୋଗୁଁ ବିସ୍ଫୋରଣ ହୋଇଛି । ଏଥିରେ ଓରିଏଣ୍ଟ କମ୍ପାନୀର ୩ ଟିପ୍ପର ସହ କିଛି ଗାଡ଼ି ଉଡ଼ିଯାଇଥିଲା । ଟିପ୍ପର୍ ଡ୍ରାଇଭର ଇତରାନ୍ ଅନସାରୀ ବ୍ଲାଷ୍ଟିଂରେ ଗୁରୁତର ହୋଇଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଇତରାନ୍ ଅନସାରୀଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣାପଡିଛି । ଏମ୍.ସି.ଏଲ୍ କମ୍ପାନୀ ବିନା ସୁରକ୍ଷାରେ ଓପନ୍ କାଷ୍ଟ କୋଇଲା ଖଣିରେ ବାରମ୍ବାର ବ୍ଲାଷ୍ଟିଂ କରୁଥିବା ନେଇ ଆଗରୁ ଅନେକ ଥର ଅଭିଯୋଗ ହୋଇଥିଲା । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ସହ ଦୋଷୀ ବିରୋଧରେ କାଯ୍ୟାନୁଷ୍ଠାନ ନିଆଯିବ ବୋଲି ଏମ୍.ସି.ଏଲ୍.ର ଜେନେରାଲ୍ ମ୍ୟାନେଜର କହିଛନ୍ତି ।

   Related Posts