ସ୍କୁଲରେ ବିସ୍ଫୋରଣ ; ୧୦ଛାତ୍ର ଆହତ

Published By : Prameya-News7 Bureau | February 13, 2019 IST

ପୁଲଓ୍ବାମା ୧୩|୨: ଜାମ୍ମୁକାଶ୍ମୀର ପୁଲଓ୍ବାମା ଜିଲ୍ଲାରେ ଏକ ସ୍କୁଲରେ ବିସ୍ଫୋରଣ ହୋଇଛି । କାକପୋରା ସ୍ଥିତ ଘରୋଇ ସ୍କୁଲରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ସ୍କୁଲର ୧୦ଶ୍ରେଣୀର ୧୦ଜଣ ଛାତ୍ର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍କୁଲକୁ ଖାଲି କରିଦିଆଯାଇଛି ।

ଆହତ ଛାତ୍ରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ପରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଭୟରେ ରହିଛନ୍ତି । ବିସ୍ଫୋରଣ କାରଣ ସ୍ପଷ୍ଟ ଜଣାପଡିନାହିଁ ।

ସୂଚନା ଅନୁସାରେ ଏକ ଘରୋଇ ସ୍କୁଲରେ ଏକ୍ସଟ୍ରା କ୍ଲାସ୍ ଚାଲିଥିଲା । ଏଥିରେ ସ୍କୁଲର ୯ମ ଓବଂ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ସାମିଲ ଥିଲେ । ସେହି ସମୟରେ ହିଁ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.