Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ମର୍ମନ୍ତୁଦ: ଦୀପାବଳିରେ ବାଣ ଫୁଟାଇବା ପୂର୍ବରୁ ବାଣ ସହ ପାଉଁଶ ହୋଇଗଲେ ବାପ-ପୁଅ

5/11/2021 at 6:16 PM

ଚେନ୍ନାଇ ୦୫।୧୧: ଦୀପ ଜାଳି ଓ ବାଣ ଫୁଟାଇ ଦୀପାବଳି ପାଳିବାକୁ କିଏ ବା ନଚାହେଁ। ବାଣ ଟିକେ ଫୁଟାଇ ଦେଲେ ଦୀପାବଳି ଦୀପାବଳି ପରି ଲାଗେ। ଏଥିପାଇଁ ବାପା ବାଣ କିଣି ହସ ଖୁସିରେ ପୁଅ ସହ ସ୍କୁଟିରେ ଘରକୁ ଫେରୁଥିଲେ। ହେଲେ କିଏ ଜାଣିଛି ଦୀପାବଳିରେ ସେମାନଙ୍କ ଜୀବନ ଦୀପ ଲିଭିଯିବ। ଯେଉଁ ବାଣକୁ ଫୁଟାଇ ଆଲୋକର ପର୍ବ ପାଳନ କରାଯିବ ସେହି  ବାଣ ତାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିବ। ଏମିତି ଏକ ଦୁଃଖଦାୟକ ଘଟଣା ଘଟିଛି ତାମିଲନାଡୁରେ।

ବାଣ ସାଜିଲା ମୃତ୍ୟୁର କାରଣ। ଅକାଳରେ ଝଡିଗଲା ବାପ ଓ ପୁଅର ଜୀବନ। ଗୁରୁବାର ୩୭ ବର୍ଷୀୟ କେଏ  କଲାନିସାନ ଓ ତାଙ୍କର ୭ ବର୍ଷୀୟ ପୁଅ ଦୀପାବଳି ବାଣ ଧରି ସ୍କୁଟିରେ ଘରକୁ ଫେରୁଥିଲେ। ହେଲେ ତାଙ୍କୁ କଣ ଜଣାଥିଲା କି, ଏହି ଯାତ୍ରା ତାଙ୍କ ଜୀବନର ଶେଷ ଯାତ୍ରା ହେବ। ଅଧା ବାଟରେ ବିସ୍ଫୋରଣ ହେବାରୁ ବାପ ଓ ପୁଅଙ୍କ ଅକାଳ ବିୟୋଗ ଘଟିଛି। ଏହି ଘଟଣା ଗୁରୁବାର ତାମିଲନାଡୁର ଅରିୟାନକୁପ୍ପମରେ ଘଟିଛି।  କଲାନିସାନ ବୁଧବାର ବାଣ କିଣି ନିଜ ଶ୍ଵଶୁର ଘରେ ରଖିଥିଲେ ଏବଂ ଗୁରୁବାର ଏହି ବାଣ ଧରି ପୁଅ ସହ ନିଜ ଘରକୁ ଫେରୁଥିଲେ। ଅରିୟାନକୁପ୍ପମ ଇଲାକା ବାଣ ପାଇଁ ପ୍ରସିଦ୍ଧ।

କଲାନିସାନ ଓ ତାଙ୍କ ପୁଅ ପୁଡୁଚେରୀ ସୀମାନ୍ତ ଭିଲ୍ଲୁପୁରମ ଜିଲ୍ଲାର କୁନେମେଡ୍ୟୁ ନିଜ ଘରକୁ ଯାଉଥିଲେ। ପୋଲିସ ଅନୁଯାୟୀ, ଯେତେବେଳେ ବାପ-ପୁଅ ସ୍କୁଟିରେ ଚିନ୍ନା କୋଟ୍ଟାକୁପମ ଗାଁ ଅତିକ୍ରମ କରୁଥିଲେ, ବ୍ୟାଗରେ ରଖାଯାଇଥିବା ଗୋଟିଏ ବାଣ ଦୁର୍ଭାଗ୍ୟବଶତଃ ଫୁଟିଥିଲା ଏବଂ ପରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିବା ସହ ସ୍କୁଟି ଚୂରମାର  ହୋଇ ଯାଇଛି। ବିସ୍ଫୋରଣ ଏତେ ତୀବ୍ରତର ଥିଲା ଯେ, ଉଭୟଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଯାଇଛି। ପାରିପାର୍ଶ୍ଵିକ ସ୍ଥିତି ଏତେ ଭୟଙ୍କର ରହିଛି ମୃତଦେହ  ଚିହ୍ନଟ କରିବା ମୁସ୍କିଲ। ଏହି ଘଟଣାର ସିସିଟିଭି ଫୁଟେଜ୍‌ ଭାଇରାଲ ହୋଇଛି।

ସେହି ସମୟରେ ରାସ୍ତାରେ ଲୋକଙ୍କ ଯାତାୟତ ଚାଲି ଥିବାରୁ ବିସ୍ଫୋରଣ ସ୍ଥଳରେ ଥିବା ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଜବାହରଲାଲ ଇନଷ୍ଟିଚ୍ୟୁଟ୍ ଅଫ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରା ଉଚୁରା କରି ସୂଚନା ଏକତ୍ର କରୁଛି। ପୋଲିସ ଅଧିକାରୀ କହିଛନ୍ତି କଲାନିସାନ ଦେଶୀ ବାଣରେ ଭର୍ତ୍ତି ଦୁଇ ବ୍ୟାଗ୍ ଧରି ଘରକୁ ଯାଉଥିଲେ। ବିସ୍ଫୋରଣରେ ସ୍କୁଟି ଖଣ୍ଡ ଖଣ୍ଡ ହୋଇ ଯାଇଥିବା ଅଧିକାରୀ କହିଛନ୍ତି।

   Related Posts