Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ, ୩୪୭୧ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଅଏଲ ଇଣ୍ଡିଆର ତୈଳ କୂପରେ ବିସ୍ଫୋରଣ, ୩ ବିଦେଶୀ ବିଶେଷଜ୍ଞ ଆହତ

22/07/2020 at 4:10 PM

ଟିନସୁକିଆ ୨୨।୭: ଆସାମର ଟିନସୁକିଆ ଜିଲ୍ଲାର ବାଗଜାନ ସ୍ଥିତ ଅଏଲ ଇଣ୍ଡିଆର ପାଞ୍ଚ ନମ୍ବର କୂପରେ ବିସ୍ଫୋରଣ ଘଟିଛି । ଘଟଣାସ୍ଥଳରେ ୩ ଜଣ ବିଦେଶୀ ବିଶେଷଜ୍ଞ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଛି । ବାଗଦାନରେ ଅଗ୍ନି ନିର୍ବାପକ କାର୍ଯ୍ୟ ଚାଲିଥିବା ବେଳେ ଏହି ଘଟଣା ଘଟିଛି।

ସୂଚନାଯୋଗ୍ୟ ଯେ, ଜୁନ୍ ୯ ରେ ଟିନସୁକିଆ ଜିଲ୍ଲାର ତୈଳ କୂପ ବାଗାନ୍-୫ ରେ ବିସ୍ଫୋରଣ ହୋଇଥିଲା । ଏଠାରେ ପ୍ରାକୃତିକ ଗ୍ୟାସ ଏବଂ ତେଲ ଖୋଲା ଯାଇଥିଲା । ଯାହା ପରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଏହି ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିଲେ ଏବଂ ନିକଟସ୍ଥ ଗାଁର ଲୋକମାନେ ମଧ୍ୟ ପ୍ରଭାବିତ ହୋଇଥିଲେ । ଏହି ଘଟଣା ପରେ ରାଜ୍ୟ ସରକାରଙ୍କୁ ମଧ୍ୟ ହଜାର ହଜାର ପରିବାରଙ୍କୁ ସ୍ଥାନାନ୍ତର କରିବାକୁ ପଡିଥିଲା ।

   Related Posts