ମେଡିକାଲ କ୍ଲିନିକ୍‌ରେ ବିସ୍ଫୋରଣ, ୧୯ ମୃତ

Published By : Prameya-News7 Bureau | July 01, 2020 IST

ତେହେରାନ ୦୧।୦୭: ଇରାନର ରାଜଧାନୀ ତେହେରାନରେ ଜୋରଦାର ବିସ୍ଫୋରଣ ଘଟିଛି । ତେହେରାନରେ ଥିବା ଏକ ମେଡିକାଲ କ୍ଲିନିକରେ ଜୋରଦାର ବିସ୍ଫୋରଣ ହୋଇଛି । ଇରାନର ଏକ ସରକାରୀ ଚ୍ୟାନେଲ୍‌ର ଖବର ମୁତାବିକ ବିସ୍ଫୋରଣରେ ୧୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କିଛି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ବିସ୍ଫୋରଣର ଖବର ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ନିଆଁ ଲିଭା କାର୍ଯ୍ୟ ନିୟୋଜିତ ରହିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ଜାତୀୟ ଗଣମାଧ୍ୟମ ଅନୁଯାୟୀ ଇରାନ ରାଜଧାନୀ ତେହେରାନ୍‌ ଉତ୍ତର ଅଞ୍ଚଳରେ ଥିବା ଏକ ମେଡିକାଲ କ୍ଲିନିକରେ ଜୋରଦାର ବିସ୍ଫୋରଣ ଘଟିଛି । ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ମେଡିକାଲ କ୍ଲିନିକରେ ଗ୍ୟାସ୍‌ କ୍ୟାପସୁଲ ଫାଟି ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି । ଯାହାଫଳରେ କି କ୍ଲିନିକରେ ନିଆଁ ବ୍ୟାପିଯାଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରୁ ୧୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଲୋକ ଆହତ ଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରୁ ଅନେକ ମହିଳା ଥିବା ଜଣାପଡିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଇରାନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।  

wp:html /wp:html

ସେପଟେ ତେହେରାନ୍‌ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ଅଗ୍ନିଶମ ବାହିନୀ ଅନୁଯାୟୀ, ବିସ୍ଫୋରଣରେ ନିଆଁ ଲାଗିଯିବାରୁ ଦୁଇ ମହଲା ଖୁବ୍‌ ନଷ୍ଟ ହୋଇଛି । ବିସ୍ଫୋରଣ ସମୟରେ ଅନେକ କର୍ମଚାରୀ ମେଡିକାଲ ଭିତରେ ରହିଥିଲେ । ଯେଉଁମାନେ ସର୍ଜରୀ ଟିମ୍‌ର ସଦସ୍ୟ ଉପସ୍ଥିତ ରହିଥିଲେ । ଅଗ୍ନିଶମ ବାହିନୀ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛି । ସେହିପରି ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଅନେକ ଗାଡି ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଘଟଣାରେ ତଦନ୍ତ ଜାରି ରହିଛି । ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.