Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆଫଗାନିସ୍ତାନ କାବୁଲରେ ଆତ୍ମଘାତୀ ବିସ୍ଫୋରଣ : ୪୦ ମୃତ, ୧୦୦ରୁ ଅଧିକ ଆହତ

18/08/2019 at 10:13 AM

କାବୁଲ ୧୮/୮: ଆଫଗାନିସ୍ତାନ କାବୁଲରେ ବିସ୍ଫୋରଣରେ ୪୦ ମୃତ, ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଗୋଟିଏ ମାସ ଭିତରେ ଏହା ଦ୍ବିତୀୟ ଆତ୍ମଘାତୀ ବୋମା ବିସ୍ଫୋରଣ । ପଶ୍ଚିମ କାବୁଲର ଏକ ବିବାହ ମଣ୍ଡପରେ ଗତକାଲି ଭାରତୀୟ ସମୟ ରାତି ୧୧ଟା ୪୦ମିନିଟରେ ଏହି ଆତଙ୍କୀ ହମଲା ହୋଇଛି ।

ସେହିସମୟରେ ହଲ୍ ରେ ହଜାରେରୁ ଅଧିକ ଲୋକ ଉପସ୍ଥିତ ଥିଲେ । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ଏହି ହମଲା ନେଇ ଏଯାଏ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନି । ତେଣୁ ହମଲାର ନିର୍ଦ୍ଦିଷ୍ଟ କାରଣ ଜଣାପଡିନି । ଏହି ଇଲାକାରେ ଅଳ୍ପସଂଖ୍ୟକ ସିଆ ମୁସଲିମ୍ ବସବାସ କରନ୍ତି । ଆଫଗାନିସ୍ତାନ ଗୃହ ବିଭାଗର ସୂଚନା ଅନୁଯାୟୀ, ବିବାହମଣ୍ଡପର ଷ୍ଟେଜ୍ ପାଖରେ ଆତ୍ମଘାତୀ ବିସ୍ପୋରଣ ହୋଇଛି ।

ବିସ୍ପୋରଣରେ ଅନେକ ଛୋଟ ପିଲା ପ୍ରାଣ ହରାଇଥିବା ସୂଚନା ମିଳିଛି । ସେଠାରେ ଉପସ୍ଥିତ ଥିବା ଲୋକଙ୍କ କହିବା କଥା ବିସ୍ଫୋରଣ ପରେ ସାରା ହଲରେ ଲୋକେ ଭୟରେ ଦୌଡାଦୋଡି କରିବା ଯୋଗୁ ଦଳାଚକଟା ହୋଇଥିଲା, ଚାରିଆଡୁ ଶୁଭୁଥିଲା ଚିତ୍କାର । ଗତ ୮ ତାରିଖରେ ଏପରି ଏକ ଆତ୍ମଘାତୀ ବିସ୍ଫୋରଣରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୫ଜଣ ଆହତ ହୋଇଥିଲେ ।

ଆଫଗାନିସ୍ତାନରେ ଆସନ୍ତା ସେପ୍ଟେମ୍ବର ୨୮ତାରିଖରେ ହେବ ସାଧାରଣ ନିର୍ବାଚନ । ଏହାକୁ ନେଇ ଆମେରିକା ଏବଂ ତାଲିବାନଙ୍କ ଭିତରେ ଆଲୋଚନା ଚାଲିଥିବା ବେଳେ ହିଂସା ଏବଂ ଆତଙ୍କୀ ହମଲା ବଢିଯାଇଛି । ଏହି ବିସ୍ଫୋରଣ ଫଳରେ ଗତକିଛି ଦିନ ଧରି କାବୁଲରେ ଆରମ୍ଭ ହୋଇଥିବା ଶାନ୍ତି ପ୍ରକ୍ରିୟା ପୁଣି ବ୍ୟାହତ ହୋଇଛି । ଗତକାଲି ରାତିରେ ବିବାହ ମଣ୍ଡପରେ ହୋଇଥିବା ବୋମା ବିସ୍ଫୋରଣ ଏବର୍ଷର ସବୁଠୁ ବଡ ହମଲା କୁହାଯାଉଛି ।

   Related Posts