କାବୁଲ ମିଲିଟାରୀ ହସ୍ପିଟାଲରେ ଆତ୍ମଘାତୀ ବିସ୍ଫୋରଣ ଓ ଲଗାତାର ଗୁଳି ଚାଳନା: ୧୯ ଜଣଙ୍କ ମୃତ୍ୟୁ, ୪୩ ଆହତ

Published By : Prameya-News7 Bureau | November 02, 2021 IST

ନୂଆଦିଲ୍ଲୀ ୦୨/୧୧ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ମଙ୍ଗଳବାର ଅପରାହ୍ନରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ନ୍ୟୁଜ ଏଜେନ୍ସି ଏଏଫପି ସୂଚନା ଅନୁଯାୟୀ, କାବୁଲ ନିକଟସ୍ଥ ଏକ ମିଲିଟାରୀ ହସ୍ପିଟାଲରେ ସରଦାର ମହମ୍ମଦ ଦାଉଦ ଖାନ ହସ୍ପିଟାଲରେ ଜୋରଦାର ବିସ୍ଫୋରଣ ଓ ଗୁଳି ବିନିମୟ ଆବାଜ ଶୁଣିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ, ଏହା ଏକ ଆତ୍ମଘାତୀ ହମଲା ଭଳି ଥିଲା। ଘଟଣାସ୍ଥଳରେ ଉପସ୍ଥିତ ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁଯାୟୀ, ବିସ୍ଫୋରଣ ସ୍ଥଳରେ ଗୁଳି ଆବାଜ ବହୁତ ସମୟ ଯାଏଁ ଶୁଣିବାକୁ ମିଳିଥିଲା।

ବିସ୍ଫୋରଣରେ ୧୯ ଜଣଙ୍କର ମୃତ୍ୟୁ ଓ ୪୩ ଜଣ ଆହତ ହୋଇଛନ୍ତି। ଇସ୍ଲାମିକ ଅମିରାତର ଡେପୁଟି ପ୍ରବକ୍ତା ବିଲାଲ କରିମି କହିଛନ୍ତି ଯେ ପ୍ରଥମ ବିସ୍ଫୋରଣ ସରଦାର ମହମ୍ମଦ ଦାଉଦ ଖାନ ହସ୍ପିଟାଲ ସାମ୍ନାରେ ହୋଇଛି ଓ ଦ୍ୱିତୀୟ ବିସ୍ଫୋରଣ ହସ୍ପିଟାଲ ନିକଟରେ ହୋଇଛି। ବିସ୍ଫୋରଣର କାରଣ ମଧ୍ୟ ଏବେ ଯାଏଁ ଜଣାପଡିନାହିଁ।

{"id":537303,"sizeSlug":"full","linkDestination":"none"}

ଏପଟେ ତାଲିବାନ ତରଫରୁ କାବୁଲରେ ହୋଇଥିବା ଏହି ବିସ୍ଫୋରଣକୁ ନେଇ କୌଣସି ବୟାନ ଜାରି ହୋଇନାହିଁ। ତାଲିବାନ ଆଫଗାନିସ୍ତାନରେ ଅଗଷ୍ଟରେ କବଜା କରିବା ପରେ ଲଗାତାର ବିସ୍ଫୋରଣ ହେଉଛି। ଏଥିରୁ ଅଧିକାଂଶ ବିସ୍ଫୋରଣ ଇସ୍ଲାମିକ ଷ୍ଟେଟ ସହ ଜଡିତ ସଂଗଠନ ଦ୍ୱାରା କରାଯାଇଛି। ତେବେ ତାଲିବାନ କହିଛି ଯେ ଶୀଘ୍ର ଇସ୍ଲାମିକ ଷ୍ଟେଟକୁ କାବୁ କରି ନେବ ଓ ଦେଶରେ ଶାନ୍ତି ସ୍ଥାପିତ କରିବ। ଆଫଗାନିସ୍ତାନର ଉତ୍ତର ଭାଗରେ ଇସ୍ଲାମିକ ଷ୍ଟେଟ ମଜବୁତ ହୋଇଛି। ଏବେ ସୁଦ୍ଧା ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଏହି ଆତଙ୍କୀ ସଂଗଠନ ଅନେକ ବିସ୍ଫୋରଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.