ଭାରତରେ ଏବେ ପ୍ଲାଜମା ଥେରାପିରେ ହେବ କରୋନା ଚିକିତ୍ସା, ICMR ଦେଲା ମଞ୍ଜୁରୀ, ଜାଣନ୍ତୁ କେମିତି...

Published By : Prameya-News7 Bureau | April 11, 2020 IST

ନୂଆଦିଲ୍ଲୀ ୧୧।୦୪: ସମଗ୍ର ଦୁନିଆରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ରଖିଛି। ଏ ପର୍ଯ୍ୟନ୍ତ ଏହି ମହାମାରୀ କାରଣରୁ ଏକ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ସଂପ୍ରତି ସମଗ୍ର ଦୁନିଆର ବିଶେଷଜ୍ଞ, ବୈଜ୍ଞାନିକ ଓ ଡାକ୍ତର ଏହାର ସଫଳ ଚିକିତ୍ସା ପାଇଁ ଭ୍ୟାକସିନ ଓ ଟୀକାର ଗବେଷଣାରେ ଜୁଟିଛନ୍ତି।

ଏହି କ୍ରମରେ ଶ୍ରୀ ଚିତ୍ରା ତିରୁନଲ ଇନଷ୍ଟିଚ୍ୟୁୟଟ୍ ଫର ମେଡିକାଲ ସାଇନ୍ସେସ୍ ଆଣ୍ଡ ଟେକ୍ନୋଲୋଜି(SCTIMST) ଓ ଇନଷ୍ଟିଚ୍ୟୁସନ ଅଫ ନ୍ୟାସନାଲ ଇମ୍ପୋଟାନ୍ସ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏହି ମରଣାନ୍ତ ଭାଇରସ୍‌ରେ ସଂକ୍ରମିତ ରୋଗୀଙ୍କୁ ପ୍ରଭାବଶାଳୀ ଚିକିତ୍ସା ଦେବା ପାଇଁ ଏକ ନୂତନ ପଦ୍ଧତି ଖୋଜିଛନ୍ତି।

{"id":252628,"sizeSlug":"large"}

ଚିକିତ୍ସାର ଏହି ନୂତନ ପଦ୍ଧତିକୁ ‘ପ୍ଲାଜମା ଥେରାପି’ କୁହାଯାଏ। ଉପଚାରର ଏହି ନୂତନ ପଦ୍ଧତିରେ ରୋଗରୁ ସୁସ୍ଥ ହୋଇଥିବା ଏକ ବ୍ୟକ୍ତିଙ୍କ ଇମ୍ୟୁନ(ରୋଗ ପ୍ରତିରୋଧକ ଶକ୍ତି) ସିଷ୍ଟମ କ୍ଷମତା ଜରିଆରେ ରୋଗୀଙ୍କ ଚିକିତ୍ସା କରାଯାଏ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ICMR) ଭାରତର ଏହି ପଦ୍ଧିତରେ ଉପଚାର ପାଇଁ SCTIMSTକୁ ମଞ୍ଜୁରୀ ଦେଇଛନ୍ତି। SCTIMSTର ନିର୍ଦ୍ଦେଶକ ଡ. ଆଶା କିଶୋର କହିଛନ୍ତି ଯେ, ଆମେ ଭାରତର ଡ୍ରୋଗ କଣ୍ଟ୍ରୋଲର ଜେନେରାଲ(DCGI)କୁ ବ୍ଲଡ ଡୋନେସନର ମାନଦଣ୍ଡରେ କୋହଳ କରିବାକୁ ଅନୁମତି ଦେବା ପାଇଁ ଆବେଦନ କରିଛୁ।

{"id":252629,"sizeSlug":"large"}

ପ୍ଲାଜମା ଥେରାପି କଣ ?

ଏହି ଉପଚାର ପ୍ରଣାଳୀରେ ନୂତନ ରୋଗୀଙ୍କ ରକ୍ତରେ ପୁରୁଣା ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତ ମିଶାଇ ତାଙ୍କର ରୋଗ ପ୍ରତିରୋଧକ କ୍ଷମତା ବଢାଇ ରୋଗ ସହ ଲଢିବାର ଆଣ୍ଟିବୋଡି ପ୍ରସ୍ତୁତ କରାଯାଏ।

ଆଣ୍ଟି ବଡି ଜରିଆରେ ଶରୀରରେ ଭାଇରସ୍‌ ଚିହ୍ନଟ ହୋଇଥାଏ। ଏହା ପରେ ମାନବ ଶରୀରରେ ଥିବା ଶ୍ଵେତ ରକ୍ତ କଣିକା ଏମିତି ଭାଇରସ୍‌କୁ ଶରୀର ଭିତରେ ମାରି ଦେଇଥାଏ, ଯାହା ଫଳରେ ଶରୀରକୁ ସଂକ୍ରମଣରୁ ମୁକ୍ତି ମିଳିଥାଏ।

{"id":252633,"sizeSlug":"large"}

କଣ ଏହି ଆଣ୍ଟିବୋଡି

ଆଣ୍ଟିବୋଡି ସଂକ୍ରମଣ ପାଇଁ ଆଗରେ ରହି ପ୍ରତିରକ୍ଷା ପ୍ରତିକ୍ରିୟାରେ ସବୁଠୁ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥାଏ। ଏହା ବିଶେଷ ପ୍ରକାରର ପ୍ରୋଟିନ  ହୋଇଥାଏ, ଯାହାକୁ ବି ଲିମ୍ଫୋସାଇଟିସ୍ ମାନକ ପ୍ରତିରକ୍ଷା କୋଷିକା ଶରୀରରୁ କାଢିଥାଏ।

ଯେବେ ଏହା ଶରୀରରେ ହମଲା କରୁଥିବା ଭାଇରସ୍‌ର ସାମ୍ନା କରିଥାଏ, ତେବେ ପ୍ରତିରକ୍ଷା ପ୍ରଣାଳୀ ଆଣ୍ଟିବୋଡିର ଡିଜାଇନ  ପ୍ରସ୍ତୁତ କରେ, ଯାହା ପ୍ରତ୍ୟେକ ଆକ୍ରମଣକାରୀ ଭାଇରସ୍‌କୁ ନଷ୍ଟ କରିଥାଏ। ଏହି ପରି ଭାବେ ସଂକ୍ରମଣରୁ ମୁକ୍ତି ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.