Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ସାବଧାନ! ଆପଣଙ୍କ କ୍ଷୀରରେ ମିଶି ଥାଇପାରେ ସାବୁନ କିମ୍ବା ଷ୍ଟାର୍ଚ: ଏହି ଉପାୟରେ ଶୁଦ୍ଧତା ଯାଞ୍ଚ କରନ୍ତୁ

1/11/2018 at 5:49 PM

ନୂଆଦିଲ୍ଲୀ ୧/୧୧: ଦିପାବଳୀ ଆସୁଛି। ପାଞ୍ଚଦିନ ଧରି ଚାଲୁଥିବା ଏହି ଆଲୋକ ପର୍ବବେଳେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ବଜାରରେ ଚାହିଦା ବଢ଼ିଯାଇଥାଏ। ଆଉ ଠିକ୍ ଏହି ସମୟରେ କେତେକ ବ୍ୟକ୍ତି ପର୍ବପର୍ବାଣିର ସୁଯୋଗ ନେଇ ଭେଜାଲ ଜିନିଷ ବିକ୍ରି କରିଥାନ୍ତି। ଏହି ନକଲି ଜିନିଷ ଅସଲି ଭଳି ଦେଖାଯାଇଥିବାରୁ ସାଧାରଣ ଲୋକମାନେ ଏହାକୁ ବୁଝି ପାରନ୍ତି ନାହିଁ।

ଏହି ଅପମିଶ୍ରଣରେ କେତେକ କ୍ଷତିକାରକ ଜିନିଷ ମିଶିଥିବାର କଥା ସାମନାକୁ ଆସିଥାଏ। ଏଥିପାଇଁ ଭାରତୀୟ ଖାଦ୍ୟ  ସଂସ୍ଥା ଏହି ଅପମିଶ୍ରଣକୁ ଜାଣିବା ପାଇଁ କିଛି ପରାମର୍ଶ ଜାରି କରିଛନ୍ତି।

କ୍ଷୀରରେ ପାଣି ମିଶ୍ରଣର ପରୀକ୍ଷଣ:

ଏକ ଢାଲୁଆ ସ୍ଥାନରେ ଦୁଇ ବୁନ୍ଦା କ୍ଷୀର ପକାନ୍ତୁ। ଶୁଦ୍ଧ କ୍ଷୀରର ବୁନ୍ଦା ଗୋଟିଏ ସ୍ଥାନରେ ସ୍ଥିର ରହିବ ନହେଲେ ଧୀରେ ଧୀରେ ଢାଲୁ ସ୍ଥାନ ଆଡ଼କୁ ବୋହିଯିବ। କିନ୍ତୁ ମିଶ୍ରିତ କ୍ଷୀର ଜୋରରେ ଢାଲୁ ଆଡ଼କୁ ବୋହିବ ଏବଂ କୈାଣସି ଚିହ୍ନ ଛାଡ଼ିବ ନାହିଁ।

୨.କ୍ଷୀରରେ ସାବୁନର ମିଶ୍ରଣର ପରୀକ୍ଷଣ:

୫ରୁ ୧୦ମିଲି କ୍ଷୀରର ନମୁନା ଆକାରରେ ନିଅନ୍ତୁ ଏବଂ ସେତିକି ମାତ୍ରାରେ ପାଣି ନିଅନ୍ତୁ। ଦୁଇଟିକୁ ଭଲଭାବେ ମିଶାଇ ନିଅନ୍ତୁ। ଯଦି କ୍ଷୀରରେ ସାବୁନ ମିଶିଥିବ ତାହେଲେ ପ୍ରଚୁର ମାତ୍ରାରେ ଫେଣ ସୃଷ୍ଟି ହେବ।

୩. ଘିଅ ଏବଂ ଲହୁଣୀରେ ଷ୍ଟାର୍ଚର ପରୀକ୍ଷଣ:

ଅଧ ଚାମଚ ଘିଅ କିମ୍ବା ଲହୁଣୀକୁ ସ୍ବଛ୍ଛ କାଚ ପାତ୍ରରେ ରଖନ୍ତୁ। ଆୟୋଡିନର ଘୋଳକୁ ଦୁଇ ତିନି ବୁନ୍ଦା ପକାନ୍ତୁ। ଏହି ଘୋଳ ଯଦି ନୀଳ ରଙ୍ଗର ହୋଇଯାଏ ତେବେ ଏଥିରେ ଅପମିଶ୍ରଣ ହୋଇଛି।

 

   Related Posts