ରୋଗୀଙ୍କୁ ଏକ୍ସପାଇରି ସାଲାଇନ୍

Published By : Prameya-News7 Bureau | August 14, 2018 IST

ଭଦ୍ରକ ୧୪/୮ : ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରୋଗୀଙ୍କୁ ଏକ୍ସପାଇରି ସାଲାଇନ୍ ଦିଆଯାଇଥିବା ଅଭିଯୋଗ ଆସିଛି । ଶାନ୍ତିଲତା ଗିରି ନାମକ ଜଣେ ବିଷ ଖିଆ ରୋଗୀ ଗତକାଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ରାତିରେ ତାଙ୍କର ଚିକିତ୍ସା ହୋଇଥିଲା । ତବେ ଆଜି ସକାଳେ ଶାନ୍ତିଲତାକୁ ଏକ ନର୍ମ।ଲ ସାଲାଇନ ଦିଆଯାଇଥିଲା, ସେଥିରୁ ୩୦ ପ୍ରତିଶତ ସରିଯିବା ପରେ ଜଣା ପଡିଥିଲା ଯେ ତାହାର ଏକ୍ସପାଇରି ତାରିଖ ଗତ ଏପ୍ରିଲ ମାସ ରହିଛି । ତା ପରେ ରୋଗୀଙ୍କ ସଂପର୍କୀୟ ଡାକ୍ତରଖାନାରେ ହୋ-ହାଲ୍ଲା କରିଥିଲେ । ତୁରନ୍ତ ଡାକ୍ତରଖାନା କାମ କରୁଥିବା କର୍ମଚାରୀ ସେହି ସାଲାଇନକୁ କାଢି ନେଇ ଆଉ ଏକ ସାଲାଇନ ଲେଗାଇ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.