କୁନି କୁନି ସ୍କୁଲ ପିଲାଙ୍କ ଜୀବନ ସହ ସାଂଘାତିକ ଖେଳ: ସମୟ ସରିଯାଇଥିବା କୃମି ଔଷଧ ଦିଆଯାଉଛି ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ !

Published By : Prameya-News7 Bureau | August 10, 2019 IST

ଭୁବନେଶ୍ବର୧୦|୮: ଗଲା ଗୁରୁବାର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକରେ ଥିବା ଜରଡ଼ ନୋଡାଲ ୟୁପି ସ୍କୁଲରେ କୃମି ଔଷଧ ଖାଇ ୮ଜଣ ପିଲା ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ତାରେ ୬ଜଣଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ଶନିବାର ଏହି ବ୍ଲକର ଆଉ ଗୋଟେ ସ୍କୁଲ ପରିସରରୁ ମିଳିଛି ପୁଳା ପୁଳା ଏକ୍ସପାଏରୀ ମେଡିସିନ୍‌ ।…

{"id":142981}

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକରେ ଥିବା ଜରଡ଼ ନୋଡାଲ ୟୁପିସ୍କୁଲରେ ପିଲାମାନଙ୍କୁ କୃମି ଔଷଧ ଦିଆଯିବା ପରେ ୮ଜଣ ପିଲା ହଠାତ୍‌ ଅସୁସ୍ଥ ହୋଇପଡ଼ିଥିବାରୁ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏମିତିକି ସେମାନଙ୍କ ଭିତରୁ ୬ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ମଧ୍ୟ ସ୍ଥାନାନ୍ତର କରିବାକୁ ପଡ଼ିଥିଲା ହେଲେ ଆଜି ସେଇ କବିସୂର୍ଯ୍ୟଗର ବ୍ଲକରେ ଥିବା ଗୌଡ଼ସାହି ପ୍ରାଥମିକ ବିଦ୍ୟାଳୟ ପରିସରର ଦୃଶ୍ୟ ଥିଲା ଭିନ୍ନ । ଏକ ପରିତ୍ୟକ୍ତ ପାଣି ଟାଙ୍କିରେ ପୁଳା ପୁଳା ଏକ୍ସପାଏରୀ ଔଷଧ ଭାସୁଥିବା ଦେଖିବାକୁ ମିଳିଥିଲା । ଏ ଔଷଧ ସବୁ କେଉଁଠୁ ଆସିଲା ସେନେଇ ପ୍ରଶ୍ନର ଉତ୍ତରରେ ସଂପୃ୍କ୍ତ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କିଛି ଜାଣି ନଥିବା ସଫେଇ ଦେଇଛନ୍ତି ।

{"id":142982}

ସ୍କୁଲ ପରସରରେ ପଡ଼ିଥିବା ଏକ୍ସପାଏରୀ ମେଡିସିନ୍‌ ସମ୍ପର୍କରେ କିଛି ଜାଣିନଥିବା କହୁଛନ୍ତି ପ୍ରଧାନଶିକ୍ଷୟିତ୍ରୀ । ହେଲେ ଅଭିଯୋଗ ପରେ ଘଟଣାର ଯାଂଚ କରିଥିବା ଡାକ୍ତରୀ ଦଳ କିନ୍ତୁ ଏସବୁ ଔଷଧ ପିଲାଙ୍କୁ ଦିଆଯିବା ପାଇଁ ଆସିଥିବା କହୁଛନ୍ତି ।

{"id":142983}

ଗୋଟେ ପଟେ ପିଲା ଔଷଧ ଖାଇ ଅସୁସ୍ଥ ହେଉଛନ୍ତି । ଆଉ ଗୋଟେ ପଟେ ସ୍କୁଲ ପରିସରରୁ ମିଳୁଛି ପୁଳା ପୁଳା ଏକ୍ସପାଏରୀ ମେଡିସିନ୍‌ । ଏସବୁ ପରେ କର୍ତ୍ତୃପକ୍ଷଙ୍କ ସେଇ ଚିରାଚରିତ ଉତ୍ତର ତଦନ୍ତ ହେବ । ହେଲେ ପ୍ରଶ୍ନ ଉଠୁଛି କୁନି କୁନି ସ୍କୁଲ ପିଲାଙ୍କ ଜୀବନ ସହ ଏଭଳି ସାଂଘାତିକ ଖେଳ ଖେଳୁଛି କିଏ ?

{"id":142984}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.