Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଆଣ୍ଟିବଡି ଉପରେ କରାଯାଇପାରିବନି ଭରସା, ଯେତେଦୂର ସମ୍ଭବ କରୋନାରେ ନିଜକୁ ରଖନ୍ତୁ ସୁରକ୍ଷିତ : ବିଶେଷଜ୍ଞ

9/07/2021 at 2:38 PM

ନୂଆଦିଲ୍ଲୀ ୯।୭: କରୋନା ତୃତୀୟ ଲହରକୁ ନେଇ ଏବେବି ଥମିନି କଳ୍ପନା ଜଳ୍ପନା । କରୋନା ଦ୍ୱିତୀୟ ଲହର କାଳରେ ରାଜଧାନୀ ଦିଲ୍ଲୀର ଏକ ବିଶାଳ ଜନସଂଖ୍ୟା ଭୂତାଣୁ ଆକ୍ରାନ୍ତ ହୋଇଥିଲେ, ଏହା ଛଡା ୨୦ ଲକ୍ଷରୁ ଅଧିକ ଲୋକେ ଭାକ୍ସିନର ୨ ଡୋଜ ନେଇସାରିଲେଣି। ଏଣୁ ଯଦି ତୃତୀୟ ଲହର ଆସେ ଏତେ ବିପଦଜନକ ହେବନି ବୋଲି ବିଶେଷଜ୍ଞଙ୍କ ଧାରଣା। ହେଲେ ସେମାନଙ୍କ ଏପରି ଆକଳନ କରିବା ଭୁଲ ବୋଲି ଏବେ ବିଶେଷଜ୍ଞ କହିଲେଣି।

ବିଶେଷଜ୍ଞଙ୍କ ଅନୁସାରେ କରୋନା ପ୍ରଥମ ଲହର କାଳରେ ସଂକ୍ରମିତ ହୋଇଥିବା ଲୋକେ ବି ଦ୍ୱିତୀୟ ଲହରରେ ଆକ୍ରାନ୍ତ ହୋଇଛନ୍ତି। ଏଣୁ ଯଦି ତୃତୀୟ ଲହର ଆସେ ଏହାର ଆକାରପ୍ରକାର କିପରି ହେବ ତାହାର ପୂର୍ବାନୁମାନ କରିବା ଏବେ କଷ୍ଟକର । ଏଣୁ ଲୋକଙ୍କୁ ସବୁ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ବିଶେଷଜ୍ଞମାନେ କହୁଛନ୍ତି। ଏମ୍ସ କୋଭିଡ ଏକ୍ସପର୍ଟ ଡା.ନିରଜ ନିଶ୍ଚଲ ଭାକ୍ସିନ ଯୋଗୁ ହେଉ ଅଥବା ପ୍ରାକୃତିକ ଭାବେ କରୋନାରେ ସଂକ୍ରମିତ ହେବା ଯୋଗୁ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡି କେତେ ସମୟ ପର୍ଯ୍ୟନ୍ତ ଆମକୁ ସଂକ୍ରମଣରୁ ରକ୍ଷା କରିପାରୁଛି ଏନେଇ ସଠିକ କିଛି ଜଣା ନାହିଁ ବୋଲି କହିଛନ୍ତି।

ସେ କହିଛନ୍ତି ଯେ କରୋନା ଏପରି ଏକ ସଂକ୍ରମଣ ଯାହାକୁ ନେଇ ସବୁ ଆକଳନ ଏପର୍ଯ୍ୟନ୍ତ ଭୁଲ ପ୍ରମାଣିତ ହୋଇଆସୁଛି। ଭୂତାଣୁ କୌଣସି ସମୟରେ କିଛିବି କରିଦେଇପାରେ। ଅଗ୍ରୀମ ସତର୍କତା ମଧ୍ୟ କାମରେ ଆସିନି। ଏପରି ଅନେକ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି ଯେଉଁମାନେ କରୋନାର ଉଭୟ ଲହରରେ ଆକ୍ରାନ୍ତ ହୋଇଥିଲେ। ଏଣୁ ସଂକ୍ରମିତ ହେଲେ ଆଣ୍ଟିବଡି ସୃଷ୍ଚି ହେବ ଓ କୌଣସି ବିପଦରେ ପକାଇବନି ବୋଲି ଭାବିବା ଆମର ଭୁଲଧାରଣା ହେବ ବୋଲି ସେ କହିଛନ୍ତି।

ଗତବର୍ଷ ନଭେମ୍ବରରେ ଦିଲ୍ଲୀ ସଂକ୍ରମଣରେ ନୂଆ ରେକର୍ଡ କରିଥିଲା। ଜାନୁୟାରୀରେ ୫୦ ପ୍ରତିଶତରୁ ଅଧିକ ଲୋକଙ୍କ ଠାରେ ଆଣ୍ଟିବଡି ଥିବାର ଦେଖାଯାଇଥିଲା। ଏହା ସତ୍ତ୍ୱେ ଏପ୍ରିଲରେ ତୃତୀୟ ଲହର କାଳରେ ଦିଲ୍ଲୀ ପରିସ୍ଥିତି ଭୟାବହ ହୋଇପଡିଥିଲା।  ଏଣୁ ସଂକ୍ରମିତ ହେବା ଦ୍ୱାରା ହେଉ ଅଥବା ଟିକାକରଣ କରି ଦେହରେ ଆଣ୍ଟିବଡି ସୃଷ୍ଟି କରିବା ପଛରେ ଲୋକଙ୍କୁ ନ ପଡିବା ଲାଗି ଡା.ନିଶ୍ଚଲ କହିଛନ୍ତି। ଏହା ବଦେଳେ ଲୋକଙ୍କୁ କରୋନା ଆପ୍ରୋପ୍ରିଏଟ ବିହେଭିୟର ଅର୍ଥାତ କୋଭିଡ ଲାଗି ଜାରି ସରକାରୀ କଟକଣାକୁ କଡାକଡି ପାଳନ କରନ୍ତୁ ବୋଲି ସେ କହିଛନ୍ତି।

ଲୋକେ ଏବେ ଭାବୁଛନ୍ତି ସବୁକିଛି ଠିକଠାକ ହୋଇଗଲାଣି। ବାହାରେ ବେଶ ବୁଲାବୁଲି କରିହବେ। ତେବେ ଏହି ସମୟରେ ସେମାନେ ଜାଣି ରଖିବା ଉଚିତ ଯେ ଏବେବି ଦେଶରେ ଦୈନିକ ୪୦ରୁ ୪୫ ହଜାର ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହା ଭାରତ ଭଳି ଦେଶ ଲାଗି ଦୈନିକ କମ୍‌ ମାମଲା ନୁହେଁ ବୋଲି ଡା.ନିଶ୍ଚଲ କହିଛନ୍ତି। ଏବେ ମାମଲା ସଂଖ୍ୟା ପୁଣି ବଢିବାରେ ଲାଗିଲାଣି। ଏଥିରୁ ଲୋକେ ନିଜନିଜ ତୃତୀୟ ଲହରକୁ ଆମନ୍ତ୍ରଣ କରୁଥିବା ପରି ମନେ ହେଉଛି। ଏବେ ପୁଣି ହୁଏତ ଅଚାନକ ମାମଲା ସଂଖ୍ୟା ବୃଦ୍ଧିହେବା ସହ ପରିସ୍ଥିତି ପୁଣି ଅଣାୟତ ହୋଇପାରେ। ଏଥର ଯଦି ପୁଣି ସେହିଭଳି ପରିସ୍ଥିତି ଉପୁଜେ ଏଥିପାଇଁ ଲୋକେ ନିଜେ ହିଁ ନିଜ ଲାଗି ଦାୟି ହେବେ ବୋଲି ଡା.ନିଶ୍ଚଲ କହିଛନ୍ତି।

   Related Posts