ସୋଆରେ ଲୋ ଡାଇମେନ୍ସନାଲ୍ ମ୍ୟାଟେରିଆଲ୍ସକୁ ନେଇ ଗଭୀର ଆଲୋଚନା
1/11/2019 at 6:20 PM

ଭୁବନେଶ୍ବର, ୦୧/୧୧: ସାରା ବିଶ୍ବରେ ବର୍ତମାନ ଲୋ ଡାଇମେନ୍ସନାଲ୍ ମ୍ୟାଟେରିଆଲସ୍କୁ ନେଇ ଗଭୀର ଆଲୋଚନା ଗବେଷଣା ଜାରି ରହିଛି । ଏହି ପ୍ରରିପେକ୍ଷୀରେ ଦେଶର ବିଭିନ୍ନ ଶିକ୍ଷାନଷ୍ଠୁାନ, ଶିଳ୍ପାନୁଷ୍ଠାନ ଏବଂ ଗବେଷଣା ଅନୁଷ୍ଠାନର ବିଶେଷଜ୍ଞମାନେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ଯୋଗଦେଇ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।
ସୋଆର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରସିର୍ଚ୍ଚ (ଆଇଟିଇଆର) ପରିସରରେ “ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅଫ୍ ଲୋ ଡାଇମେନ୍ସନାଲ୍ ସିଷ୍ଟମ୍ସ” ସମ୍ପର୍କିତ ପ୍ରଥମ ଜାତୀୟ କର୍ମଶାଳାରେ ବିଶେଷଜ୍ଞମାନେ ଯୋଗ ଦେଇଥିବା ବେଳେ ବିଗତ ଦୁଇ ଦଶନ୍ଧି ଧରି ବିଜ୍ଞାନ ପରିସରରେ କିଭଳି ଲୋ ଡାଇମେନ୍ସନାଲ୍ ମ୍ୟାଟେରିଆଲ୍ସର ଗଭୀର ପ୍ରଭାବ ପକାଇଛି ସେ ସମ୍ପର୍କରେ ଗୁରୁତ୍ବାରୋପ ମଧ୍ୟ କରିଥିଲେ । କର୍ମଶାଳାରେ ଏସ୍.ଏନ୍. ବୋଷ ନ୍ୟାସ୍ନାଲ୍ ସେଂଟର ଫର ବେସିକ୍ସ ସାଇନ୍ସର ପୂବର୍ତନ ନିର୍ଦ୍ଦେଶକ ପ୍ରଫେସର ଅରୁପ. କେ.ରାୟଚୈାଧୁରୀ ମଖ୍ୟୁ ଅତିଥି ଭାବେ ଯୋଗ ଦେଇ ଗବେଷଣା କ୍ଷେତ୍ରରେ ଉତ୍ସର୍ଗିକୃତ ମନୋଭାବ ରଖିବା ଦିଗରେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ସହ ଅନେକ ଗବେଷଣାରତ ଛାତ୍ରଛାତ୍ରୀମାନେ ନିଜର ମନପ୍ରାଣ ଦେଇ ଗବେଷଣା କରୁନଥିବାର ଦେଖିବାକୁ ମିଳୁଥିବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ ।
ଏହି କର୍ମଶାଳାରେ ସୋଆ କୁଳପତି ପ୍ରଫେସର ଅମତି ବାନାର୍ଜୀ ଅଧ୍ୟକ୍ଷତା କରିଥିବା ବେଳେ ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଂଟ) ପ୍ରଫେସର ପି.କେ. ନନ୍ଦ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । କର୍ମଶାଳାରେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ପି.ସି. ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ପି.କେ. ମହାପାତ୍ର ବକ୍ତବ୍ୟ ରଖିଥିଲେ ଏବଂ କାର୍ଯ୍ୟକ୍ରମ ସମ୍ପାଦକ ପ୍ରଫେସର ଏସ୍.କେ. କାମିଲା ଧନ୍ୟବାଦ ଅର୍ପଣ କରିଥିଲେ ।